ବଲାଙ୍ଗିର: (ମନୋରଞ୍ଜନ ଯୋଶୀ): ଜିଲ୍ଲାପାଳ କ୍ଷମତା ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିବା ସରପଞ୍ଚଙ୍କୁ ମହଙ୍ଗା ପଡ଼ିଲା। ପ୍ରଥମେ ବନ୍ଧା ହେବା ପରେ ଏବେ ନିଲମ୍ବିତ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା। ହେମକାନ୍ତିଙ୍କୁ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୂଚନାଯୋଗ୍ୟ, ସରପଞ୍ଚ ହେମକାନ୍ତି ମୁଣ୍ଡା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ରଚିଥିଲେ ଧ୍ୱସଂ ତାଣ୍ଡବ ଲୀଳା। ୬ ଆଦିବାସୀ ପରିବାରଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ । । ଧ୍ୱଂସର ଏ ତାଣ୍ଡବ ଲୀଳା ରଚିବା ବେଳେ ଗରିବ, ନିରୀହ, ଭୂମିହୀନ ଆଦିବାସୀଙ୍କ କାନ୍ଦ-ବୋବାଳି, ଅନୁନୟ-ବିନୟକୁ ଟିକେ ବି ଭ୍ରୁକ୍ଷେପ କରିନଥିଲେ ।
ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀମୋହନ ମୁଣ୍ଡାଙ୍କୁ ଗିରଫ କରାଯାଇଥିଲା।
The post ନିଲମ୍ବିତ ହେଲେ ଦବଙ୍ଗ ସରପଞ୍ଚ appeared first on Odisha Reporter.
from Odisha Reporter https://ift.tt/3mAxkxe
No comments:
Post a Comment