ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ ICMR (Indian Council of Medical Research) ପକ୍ଷରୁ ନୂଆ ଆଡଭାଇଜରି ଜାରି କରାଯାଇଛି। ଅଧିକ ବ୍ୟାପିଥିବା ସହରର କଣ୍ଟେନମେଣ୍ଟ ଜୋନ୍ରେ ସମସ୍ତ ହାଇରିସ୍କ ବ୍ୟକ୍ତିଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ କଣ୍ଟେନମେଣ୍ଟ ଜୋନ୍ରେ ଶହେ ପ୍ରତିଶତ ଆଣ୍ଟିଜେନ ଟେଷ୍ଟ କରାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ICMR ପକ୍ଷରୁ ଜାରି ନୂଆ ଆଡଭାଇଜରି
–କଣ୍ଟେନମେଣ୍ଟ ଜୋନ୍ରେ ଯାହାର ବି କରୋନା ଲକ୍ଷଣ ଅଛି, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲକ୍ଷଣହୀନ ଓ ହାଇ ରିସ୍କ ବ୍ୟକ୍ତି ଏବଂ ଲକ୍ଷଣ ନ ଥିବା ହାଇ ରିସ୍କ ବ୍ୟକ୍ତିଙ୍କ ଟେଷ୍ଟ କରିବାକୁ ICMR ପରାମର୍ଶ ଦେଇଛି ।
– ଅଣ କଣ୍ଟେନମେଣ୍ଟ ଜୋନ୍ରେ ଯେଉଁ ବ୍ୟକ୍ତି ୧୪ ଦିନ ଭିତରେ ବିଦେଶ ଯାତ୍ରା କରିଥିବେ ଓ ଲକ୍ଷଣ ଥିବ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଯାହାର କି ଲକ୍ଷଣ ଥିବ, ଲକ୍ଷଣ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।
– ଯିଏ ବିଦେଶ ଯାତ୍ରା କରିବ କିମ୍ବା ଅନ୍ୟ ରାଜ୍ୟକୁ ଯିବ, ଏଣ୍ଟ୍ରି ପଏଣ୍ଟରେ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ ।
– ରାପିଡ ଆଣ୍ଟିଜେନ ଟେଷ୍ଟରେ ଯାହାର ପଜିଟିଭ ବାହାରିଥିବ, ଲକ୍ଷଣ ଥାଉ ବା ନ ଥାଉ ତାଙ୍କୁ ପଜିଟିଭ ବୋଲି ଧରାଯିବ ।
– ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରିବା ସତ୍ତ୍ୱେ ଯଦି କାଶ, ଜ୍ୱର ଓ ଗଳା ଦରଜ ଭଳି ଲକ୍ଷଣ ଥିବ ସେ ବ୍ୟକ୍ତିଙ୍କର RT-PCR ଟେଷ୍ଟ କରାଯିବ । ଯଦି ସଂପୃକ୍ତ ବ୍ୟକ୍ତିଙ୍କ ପ୍ରଥମେ ଲକ୍ଷଣ ନ ଥିବ କିନ୍ତୁ ପରେ ଲକ୍ଷଣ ପ୍ରକାଶ ପାଏ ତେବେ ତାଙ୍କର ମଧ୍ୟ ଆର୍ଟି ପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦେଇଛି ଆଇସିଏମ୍ଆର।
The post ICMRର ନୂଆ ଆଡଭାଇଜରି; ‘କଣ୍ଟେନମେଣ୍ଟ ଜୋନ୍ରେ ଶହେ ପ୍ରତିଶତ ଆଣ୍ଟିଜେନ ଟେଷ୍ଟ କର’ appeared first on Odisha Reporter.
from Odisha Reporter https://ift.tt/2QXzloE
No comments:
Post a Comment