କଂଗ୍ରେସ ବିଧାୟକଙ୍କ ଦାବି; ୫ ଭାରତୀୟଙ୍କୁ ଉଠାଇ ନେଇଛି ଚୀନ୍ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

କଂଗ୍ରେସ ବିଧାୟକଙ୍କ ଦାବି; ୫ ଭାରତୀୟଙ୍କୁ ଉଠାଇ ନେଇଛି ଚୀନ୍ ସେନା

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଛକାପଞ୍ଝା ଭଳି ସ୍ଥିତି ଜାରି ରହିଥିବା ବେଳେ ଅରୁଣାଚଳ ପ୍ରଦେଶ ସୀମାରୁ ଆସିଛି ଚିନ୍ତାଜନକ ସୂଚନା। ଅରୁଣାଚଳ ସୀମାରୁ ୫ ଭାରତୀୟଙ୍କୁ ଚୀନ ସେନା ଅପହରଣ କରି ନେଇଥିବା କୁହାଯାଇଛି। ପୁଣି ଆଉ କେହି ନୁହେଁ, ରାଜ୍ୟର ଜଣେ କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଏହି ଦାବି କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର ଉପର ସୁବନଶିରି ଜିଲ୍ଲାରୁ ୫ ଜଣ ଲୋକଙ୍କୁ ଚୀନ ସେନା ଅପହରଣ କରି ନେଇଯାଇଛି। କିଛି ମାସ ତଳେ ଏଭଳି ସମାନ ଘଟଣା ଘଟିଥିଲା। ଚୀନ ସେନାକୁ ଏହାର କଡ଼ା ଜବାବ ଦିଆଯିବ ଉଚିତ୍।
ଏହା ସହିତ ଏହି ଟ୍ୱିଟ୍‌ରେ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍ କରିଛନ୍ତି।


ଯେଉଁମାନଙ୍କୁ ଚୀନ୍ ସେନା ଅପହରଣ କରିଛି ବୋଲି କୁହାଯାଉଛି, ସେମାନେ ହେଲେ- ସିଙ୍ଗକମ୍, ପ୍ରସାତ ରିଙ୍ଗଲିଙ୍ଗ, ହୋଙ୍ଗୁଟ୍ ଏବିୟା, ତନୁ ବାକେର ଓ ଗାରୁ ଡିରି। କୁହାଯାଉଛି, ଏମାନଙ୍କ ସହିତ ଆଉ ୨ ଜଣଙ୍କୁ ବି ଅପହରଣ କରାଯାଇଥିଲା। କିନ୍ତୁ ସେମାନେ ଖସି ପଳାଇ ଆସିଥିଲେ।

The post କଂଗ୍ରେସ ବିଧାୟକଙ୍କ ଦାବି; ୫ ଭାରତୀୟଙ୍କୁ ଉଠାଇ ନେଇଛି ଚୀନ୍ ସେନା appeared first on Odisha Reporter.



from Odisha Reporter https://ift.tt/3h8fUUM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages