ଆଜି ଦେଇଥାନ୍ତେ NEET ପରୀକ୍ଷା, ତା’ ପୂର୍ବରୁ ଜୀବନ ହାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ଆଜି ଦେଇଥାନ୍ତେ NEET ପରୀକ୍ଷା, ତା’ ପୂର୍ବରୁ ଜୀବନ ହାରିଲେ

ବାରିପଦା(ମାଣିକ ଲାଲ ପାଣି): ଆଜି ସର୍ବଭାରତୀୟ ମେଡିକାଲ ପରୀକ୍ଷା। ହେଲେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବା ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି ମେଡିକାଲ କୋଚିଙ୍ଗ ନେଉଥିବା ବାରିପଦାର ଜଣେ ଛାତ୍ରୀ । ମୃତା ଛାତ୍ରୀ ହେଲେ ବାରିପଦା ସହରର ବୁଢ଼ୀଖମାରି ସାହିର ୧୯ ବର୍ଷୀୟା ଛାତ୍ରୀ ଉପାସନା ସାହୁ ।

ଉପାସନା ରାଜସ୍ଥାନ କୋଟା ସହରରେ ରହି ମେଡିକାଲ  କୋଚିଙ୍ଗ ନେଉଥିଲେ । ହେଲେ ଶଟଡାଉନ୍‌ ଯୋଗୁ ଘରକୁ ପଳାଇ ଆସିଥିଲେ। ଉପାସନାଙ୍କ ଜଣେ ସାଙ୍ଗ ଚେନ୍ନାଇ ମଦୁରାଇରେ ରହୁଥିବା ବେଳେ ସେ ଗତକାଲି ସକାଳେ ଅତ୍ୟଧିକ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିଲେ। ଏହି ଖବର ପାଇ ସନ୍ଧ୍ୟାରେ  ଉପାସନା ମଧ୍ୟ ଏପରି ଚରମ ପଦକ୍ଷେପ ଉଠାଇଥିବା ପରିବାର ପକ୍ଷରୁ କୁହାଯାଇଛି।

ଉପାସନାଙ୍କ ସ୍କୁଲ ଓ କଲେଜ କ୍ୟାରିଅର ୯୫% ଉପରକୁ ମାର୍କ ରହିଥିବା ବେଳେ ସେ ଜଣେ କୃତି ଛାତ୍ରଛାତ୍ରୀ ଭାବେ ବେସ ଜଣାଶୁଣା । ସେ ଗତ ୨ବର୍ଷ ଧରି ମେଡିକାଲ କୋଚିଙ୍ଗ ନେଉଥିବା ବେଳେ ଆଜି ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ବାଲେଶ୍ୱର ଜିଲ୍ଲା ନିଳଗିରି  ଯାଇଥାନ୍ତେ। ହେଲେ ଗତକାଲି ସନ୍ଧ୍ୟାରେ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଥିଲେ । ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେବାବେଳେ ତାଙ୍କର ମୃତ୍ୟୁ ଘୋଷଣା ହୋଇଥିଲା ।

ଉପାସନା ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ଼ ନୋଟ ଲେଖି ଯାଇଛନ୍ତି । ଯେଉଁଥିରେ କି ସେ ଚାପଗ୍ରସ୍ତ ଥିବା ସହ ମେଡିକାଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପରିବେନାହିଁ ଏବଂ ବାପାମାଆ ଖର୍ଚ୍ଚ କରିଥିବା ଏତେ ଟଙ୍କା ପାଇଁ ପଶ୍ଚାତାପ କରିବା ସହ ସେ ଭାଙ୍ଗି ପଡିଥିବାର ଉଲ୍ଲେଖ କରିଛନ୍ତି ।

ପରିବାରବର୍ଗଙ୍କ କହିବା ମୁତାବକ ଠିକ ଏହିଭଳି ଚିଠି ଲେଖି ମଦୁରାଇରେ ଥିବା ଉପାସନାଙ୍କ ସାଙ୍ଗ ମଧ୍ୟ  ଆତ୍ମହତ୍ୟା କରିଛନ୍ତି । ତାଙ୍କର ଆତ୍ମହତ୍ୟା ଗତକାଲି ସକାଳ ୯ଟା ବେଳେ ହୋଇଥିବାର ଖବର ଉପାସନାଙ୍କ ପାଖରେ ପହଞ୍ଚିଥିଲା । ଠିକ ସନ୍ଧ୍ୟା ବେଳେ ଉପାସନା ମଧ୍ୟ ସମାନ ଢଙ୍ଗରେ ଆତ୍ମହତ୍ୟା କରିଛନ୍ତି ।

The post ଆଜି ଦେଇଥାନ୍ତେ NEET ପରୀକ୍ଷା, ତା’ ପୂର୍ବରୁ ଜୀବନ ହାରିଲେ appeared first on Odisha Reporter.



from Odisha Reporter https://ift.tt/33qPPLA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages