ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): OJEE ପାଇଁ ସରିଲା ଅନଲାଇନ୍ ଆବେଦନ । ଗତକାଲି ରାତି ୧୨ଟା ପରଠୁ ବନ୍ଦ ହୋଇଯାଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା । ହେଲେ ଯେଉଁମାନେ ଆବେଦନ କରିଥିବେ ସେମାନେ ଆଜି ଦିନ ୧୧ଟା ସୁଦ୍ଧା ଅନ୍ଲାଇନ୍ ଫି ଜମା ପାଇଁ ଡେଡଲାଇନ୍ ରଖାଯାଇଛି ।
ଆସନ୍ତା ୧୨ତାରିଖରୁ ଆରମ୍ଭ ହେଉଛି ଓଜେଇଇ ପରୀକ୍ଷା । ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ପରୀକ୍ଷା । ଏଥିପାଇଁ ୫୩ଟି ସେଣ୍ଟରର ବ୍ୟବସ୍ଥା ହୋଇଛି । ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ଏହାବ୍ୟତୀତ ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ଆଉ ୩ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
The post OJEE ପରୀକ୍ଷା; ସରିଲା ଆବେଦନ, ଆଜି ଫି ଜମା ଡେଡଲାଇନ୍ appeared first on Odisha Reporter.
from Odisha Reporter https://ift.tt/2RSYIs3
No comments:
Post a Comment