୨୦ ବର୍ଷରୁ କମ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦%ରୁ କମ୍: WHO - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

୨୦ ବର୍ଷରୁ କମ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦%ରୁ କମ୍: WHO

  • ୨୦ ବର୍ଷରୁ କମ୍ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍
  • ୦.୨ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି 
  • ପୁଷ୍ଟିକର ଖାଦ୍ୟର ଅଭାବ ଛୋଟ ପିଲାଙ୍କ ପାଖରେ

ନୂଆଦିଲ୍ଲୀ: ବିଶ୍ୱରେ କୋଭିଡ -୧୯ରେ ଆକ୍ରାନ୍ତ ହୋଇଥିବା ମୋଟ୍ ମାମଲାରୁ ୨୦ ବର୍ଷରୁ କମ୍ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି। ଏହି ବୟସରେ ମାତ୍ର ୦.୨ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ତେବେ ଏହି ମହାମାରୀରେ ଶିଶୁ ଏବଂ କିଶୋରମାନଙ୍କ ମୃତ୍ୟୁ ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ ଏହା କହିଛନ୍ତି।

WHO ମୁଖ୍ୟ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ଭାଇରସ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାଜନକ। ତେବେ ଛୋଟ ପିଲାମାନେ କମ୍ ସଂକ୍ରମିତ ହୋଇଛନ୍ତି। ହେଲେ ଅଘଟଣକୁ ଅବହେଳା କରିବା ଠିକ୍ ନୁହେଁ। ଯଦିଓ କିଶୋର ଏବଂ ଛୋଟ ପିଲାଙ୍କର ଏହି ମହାମାରୀରେ ମୃତ୍ୟୁ ହାର ବହୁତ କମ୍ ରହିଛି। ହେଲେ ବି ସତର୍କତା ଅବଲମ୍ୱନ କରିବା ଦରକାର ବୋଲି ସେ କହିଛନ୍ତି।

କରୋନା ଭାଇରସ୍ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଏତେଟା ପ୍ରଭାବ ଦେଖାଇ ନାହିଁ। ଯେଉଁ ଶିଶୁମାନେ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଅନ୍ୟ କାରଣରୁ ବହୁତ ପ୍ରଭାବିତ ହୋଇଛନ୍ତି। ଟେଡ୍ରୋସ ଅନେକ ଦେଶରେ ଉଦାହରଣ ଦେଇ କହିଛନ୍ତି,  ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ମଧ୍ୟ ଏହାର କାରଣ ହୋଇପାରେ। ଶୋହଳ କୋଟି ପିଲା ଏବେ ଘରେ ରହିଛନ୍ତି। ତେଣୁ ସେମାନଙ୍କ ଖାଦ୍ୟରେ ପୁଷ୍ଟିସାରର ଅଭାବ ମଧ୍ୟ ପିରିଲିକ୍ଷିତ ହୋଇଥିବା ଟେଡ୍ରୋସ କହିଛନ୍ତି।

The post ୨୦ ବର୍ଷରୁ କମ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦%ରୁ କମ୍: WHO appeared first on Odisha Reporter.



from Odisha Reporter https://ift.tt/2Rvfpth

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages