ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ସାମୁଦ୍ରିକ ଝଡ଼। ବଙ୍ଗୋପସାଗରରେ ନୁହେଁ, ଏହି ବାତ୍ୟାଗୁଡ଼ିକ ସୃଷ୍ଟି ହୋଇଛି ଆଣ୍ଟଲାଟିକ୍ ମହାସାଗରରେ। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ବାତ୍ୟା ସୃଷ୍ଟି ହୋଇଛି ।
ସାଟେଲାଇଟ ଇମେଜରେ ୫ଟି ବାତ୍ୟା ସ୍ପଷ୍ଟ ଦେଖାଯାଉଛି। ଏହି ବାତ୍ୟାଗୁଡ଼ିକୁ ନାମକରଣ କରାଯାଇଛି। ଏଗୁଡ଼ିକ ହେଲା ପାଉଲେଟ୍, ରେନେ, ସାଲେ, ଟେଡି ଓ ଭିକି। ପାଉଲେଟ ବରମୁଡ଼ା ଅତିକ୍ରମ କରି ଆମେରିକା ଆଡ଼େ ମୁହାଁଇଥିବା ବେଳେ ସାଲେ ମେକ୍ସିକୋ ଆଡ଼କୁ ମୁହାଁଇଛି।
ଟେଡି ଓ ଭିକି ଏବେ ବି ମହାସାଗର ଭିତରେ ବଳ ଗୋଟାଉଛନ୍ତି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହି ଦୁଇ ବାତ୍ୟାର ଗତି କୁଆଡ଼େ ରହିବ ତାହା ସ୍ପଷ୍ଟ ହେବ। ରାନେ ମହାସାଗର ମଧ୍ୟରେ ଦୁର୍ବଳ ହେଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି।
ପୂର୍ବରୁ ସେହି ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା।
The post ଇତିହାସରେ ଦ୍ୱିତୀୟ ଘଟଣା; ଏକାଥରେ ମାଡ଼ି ଆସୁଛି ୫ଟି ସାମୁଦ୍ରିକ ଝଡ଼ appeared first on Odisha Reporter.
from Odisha Reporter https://ift.tt/35G1fxR
No comments:
Post a Comment