କରୋନା କେଉଁଠୁ ଆସିଛି? ଅକ୍ଟୋବରରେ WHOକୁ ରିପୋର୍ଟ ଦେବ ତଦନ୍ତ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

କରୋନା କେଉଁଠୁ ଆସିଛି? ଅକ୍ଟୋବରରେ WHOକୁ ରିପୋର୍ଟ ଦେବ ତଦନ୍ତ କମିଟି

ନୂଆଦିଲ୍ଲୀ: କରୋନା ମହାମାରୀର ଉତ୍ପତି କେଉଁଠୁ ହୋଇଛି। ଏହାର ତଦନ୍ତ କରୁଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଏଡହୋଲମଙ୍କ ଦ୍ୱାରା ତଆରି ହୋଇଥିବା ଏକ ସ୍ୱାଧୀନ କମିଟି। ଏହି କମିଟି ଅକ୍ଟୋବର 5-6 ରେ ବିଶ୍ୱ କାର୍ଯ୍ୟନିର୍ବାହୀ ସଂସ୍ଥା ବୈଠକରେ ଏହାର ପ୍ରଥମ ରିପୋର୍ଟ ଦାଖଲ କରିବ। ଜୁଲାଇରେ WHO ନିର୍ଦ୍ଦେଶକ ଏହି ତଦନ୍ତ କମିଟି ଗଠନ କରିଥିଲେ।

ଏହି ଘାତକ ଭାଇରସ ଚୀନର ଉହାନରୁ ଆସିଛି ବୋଲି ଆମେରିକା ସମେତ ଅନେକ ଦେଶ ଦାବି କରୁଛନ୍ତି। ଗତ ବର୍ଷ ଡିସେମ୍ୱରରେ ଏହି ଘାତକ ଭାଇରସ ଉୁହାନରେ ପ୍ରଥମେ ଦେଖାଦେଇଥିଲା। ଏହାପରେ ବେଜିଂ ଘରୋଇ ବିମାନ ଉଡାଣ ଉପରେ ରୋକ୍ ଲଗାଇଥିଲା। ହେଲେ ଅନ୍ତର୍ଜାତୀୟ ବିମାନ ସେବା ଜାରି ରଖିଥିଲା।

ତେବେ ଏହାକୁ ନେଇ ଚୀନକୁ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ସମାଲୋଚନା କରିବା ସହିତ କରୋନା ପାଇଁ ଚୀନକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏମିତିକି WHO ମଧ୍ୟ ଚୀନର ଦୋଷ ଘୋଡ଼ାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

ନିକଟରେ ମିଳିତ ଜାତିସଂଘର ଏକ ବୈଠକ ହୋଇଥିଲା। ଏହି ସମୟରେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଉପସ୍ଥିତ ଥିଲେ। ତାଙ୍କରି ଆଗରେ ଟ୍ରମ୍ପ କରୋନା ପାଇଁ ଚୀନକୁ ଦାୟୀ କରିଥିଲେ।

The post କରୋନା କେଉଁଠୁ ଆସିଛି? ଅକ୍ଟୋବରରେ WHOକୁ ରିପୋର୍ଟ ଦେବ ତଦନ୍ତ କମିଟି appeared first on Odisha Reporter.



from Odisha Reporter https://ift.tt/308W99E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages