ବନ୍ୟାଞ୍ଚଳ ବୁଲିବା ପ୍ରସଙ୍ଗରେ ସିଏମଓ କାହିଁକି ନିରବ ? ୫ଟି ପ୍ରଶ୍ନ ପଚାରିଲେ ସୂଚନା ଅଧିକାର କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ବନ୍ୟାଞ୍ଚଳ ବୁଲିବା ପ୍ରସଙ୍ଗରେ ସିଏମଓ କାହିଁକି ନିରବ ? ୫ଟି ପ୍ରଶ୍ନ ପଚାରିଲେ ସୂଚନା ଅଧିକାର କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ କି ? ଯଦି, କରିଥିଲେ ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିରବ କାହିଁକି ? ୧୯ ମିନିଟ୍ ଉଡ଼ାଣର  ସମ୍ପୂର୍ଣ୍ଣ ଭିଡିଓ ଜାରି କାହିଁକି କରାଯାଉନି ? ଆଜି କିଛି ଏଭଳି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଚାରିଛନ୍ତି ସୂଚନା ଅଧତ୍କାର କର୍ମୀ ପ୍ରଦୀପ ପ୍ରଧାନ । ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମ୍ଓର ନୀରବତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଥିବା କହିଛନ୍ତି ପ୍ରଦୀପ । ମୁଖ୍ୟତଃ ୫ଟି ପ୍ରଶ୍ନକୁ ଗୁରୁତ୍ୱ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ହେଲିକରରେ ପ୍ରକୃତରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ କି ? ଯଦି ମୁଖ୍ୟମନ୍ତ୍ରୀ ୧୯ ମିନିଟ୍‌ରେ କେଉଁ ଅଞ୍ଚଳ ବୁଲିଥିଲେ ?  ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ କେଉଁ ଅଫିସର ଗସ୍ତ କରିଥିଲେ ? ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଗସ୍ତର ସମସ୍ତ ଭିଡିଓ କପି ଦିଆଯାଉ ? ମୁଖ୍ୟମନ୍ତ୍ରୀଙ୍କ ବୟସାଧିକ କାରଣରୁ ତାଙ୍କ ସହ ଡାକ୍ତରୀ ଟିମ୍ ଯିବା କଥା, ତେଣୁ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ଡାକ୍ତର ଯାଇଥିଲେ ?

ସେ ନେଇ ତଥ୍ୟ ଦିଆଯାଉ ଏୟାରପୋର୍ଟ ଅଥରିଟି ପକ୍ଷରୁ ହେଲିକପ୍ଟର ୧୯ ମିନିଟ୍ ଉଡାଣ କରିଥିବା କୁହାଯାଇଛି । ତେବେ ଏହି ୧୯ ମିନିଟ୍‌ରେ କଣ ବିମାନ ବନ୍ୟାଞ୍ଚଳ ଗସ୍ତ କରିବା ସମ୍ଭବପର ବୋଲି ସେ ପ୍ରଶ୍ନ କରିଛନ୍ତି ।

The post ବନ୍ୟାଞ୍ଚଳ ବୁଲିବା ପ୍ରସଙ୍ଗରେ ସିଏମଓ କାହିଁକି ନିରବ ? ୫ଟି ପ୍ରଶ୍ନ ପଚାରିଲେ ସୂଚନା ଅଧିକାର କର୍ମୀ appeared first on Odisha Reporter.



from Odisha Reporter https://ift.tt/3nZEyeH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages