ନୀଳଗିରିରେ ଉଡ଼ନ୍ତା ବେଲୁନ ଆତଙ୍କ, ଲୋକେ ଭୟଭୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ନୀଳଗିରିରେ ଉଡ଼ନ୍ତା ବେଲୁନ ଆତଙ୍କ, ଲୋକେ ଭୟଭୀତ

ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତେଲିପାଳ ଅଞ୍ଚଳରେ ଏକ ଉଡ଼ନ୍ତା ବେଲୁନ୍‌କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ତେଲିପାଳ ଅଞ୍ଚଳରେ ଏହି ଉଡ଼ନ୍ତା ବେଲୁନ୍ ଆସି ଏକ ଗଛରେ ଲାଗି ରହିବା ସହ ତଳେ ପଡ଼ି ଯାଇଥିଲା। ‌ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ଲୋକେ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବରହମ୍‌ପୁର ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ବେଲୁନ୍ କେଉଁଠୁ ଆସିଲା ? କେଉଁ ଉଦ୍ଦେଶ୍ୟରେ ଏଭଳି ଯନ୍ତ୍ରାଂଶ, କ୍ୟାମେରା ଖଞ୍ଜା ଯାଇ ବେଲୁନ୍‌ ଉଡାଯାଉଥିଲା, ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

The post ନୀଳଗିରିରେ ଉଡ଼ନ୍ତା ବେଲୁନ ଆତଙ୍କ, ଲୋକେ ଭୟଭୀତ appeared first on Odisha Reporter.



from Odisha Reporter https://ift.tt/2FF1ONS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages