ସୁଶାନ୍ତଙ୍କ ପାଇଁ ହ୍ରିତିକ୍ ରୋଶନଙ୍କ ମା’ କହିଲେ ଏମିତି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ସୁଶାନ୍ତଙ୍କ ପାଇଁ ହ୍ରିତିକ୍ ରୋଶନଙ୍କ ମା’ କହିଲେ ଏମିତି…

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆଜି ବି ଚର୍ଚ୍ଚାରେ ରହିଛି। ମାମଲାର ସିବିଆଇ ତଦନ୍ତ ଏବେ ବି ଜାରି ରହିଛି। ଏହାରି ଭିତରେ ବଲିଉଡ୍ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ମାଆ ପିଙ୍କି ରୋଶନଙ୍କ ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି।

ସୁଶାନ୍ତଙ୍କ ଏକ ଫଟୋ ଶେୟାର କରି ପିଙ୍କି ଲେଖିଛନ୍ତି ଯେ, “ସମସ୍ତେ ସତ୍ୟ ଜାଣିବାକୁ ଚାହାନ୍ତି, ହେଲେ କେହି ସଚ୍ଚୋଟ୍ ହେବାକୁ ଚାହାନ୍ତି ନାହିଁ।”

View this post on Instagram

#prayersarepowerful #universeispowerful🌍

A post shared by Pinkie Roshan (@pinkieroshan) on

ହ୍ରିତିକଙ୍କ ମାଆ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି। ସେ ସୁଶାନ୍ତଙ୍କ ପାଇଁ ପୋଷ୍ଟ ଶେୟାର କରି ହ୍ୟାଶଟ୍ୟାଗ୍ ସହ ‘ପ୍ରେୟାର୍ସ ଆର୍ ପାଓ୍ୱାରଫୁଲ୍’ ବୋଲି ଲେଖିଛନ୍ତି।

View this post on Instagram

#prayersarepowerful #universeispowerful🌍

A post shared by Pinkie Roshan (@pinkieroshan) on

ଅନ୍ୟପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ମଧ୍ୟ ଭାଇଙ୍କୁ ନ୍ୟାୟ ଦେବା ଲାଗି ସାରା ଦୁନିଆରେ ଅଭିଯାନ ଆରମ୍ଭ କରିଛନ୍ତି। ସୁଶାନ୍ତ କମ୍ ବୟସରେ ସଫଳତାର ସ୍ୱାଦ ଚାଖିଥିବା ଅନ୍ୟତମ ବଲିଉଡ୍ ଅଭିନେତା ଥିଲେ। ସାରା ବିଶ୍ୱରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ସେମାନେ ଶ୍ୱେତାଙ୍କ ଅଭିଯାନରେ ତାଙ୍କୁ ସମର୍ଥନ କରୁଛନ୍ତି।

ସୂଚନା ଯେ, ଜୁନ୍ 14ରେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ଘଟିଥିଲା। ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ତାଙ୍କୁ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଫାଶି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏମସ୍ ଡାକ୍ତରୀ ଟିମ୍ ମଧ୍ୟ ଏହା ସ୍ପଷ୍ଟ କରିଛି। ତେବେ ଏହା ପଛରେ ପ୍ରକୃତ କାରଣ କଣ, କେଉଁ ପରିସ୍ଥିତି ତାଙ୍କ ମୃତ୍ୟୁ ପାଇଁ ଦାୟୀ ସେନେଇ ସିବିଆଇ, ଇଡି ଏବଂ ଏନସିବି ତଦନ୍ତ ଜାରି ରଖିଛି।

The post ସୁଶାନ୍ତଙ୍କ ପାଇଁ ହ୍ରିତିକ୍ ରୋଶନଙ୍କ ମା’ କହିଲେ ଏମିତି… appeared first on Odisha Reporter.



from Odisha Reporter https://ift.tt/3m7m6iD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages