ସାନ ଭଉଣୀ ପରେ ମିଳିଲା ବଡ଼ ଭଉଣୀର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ସାନ ଭଉଣୀ ପରେ ମିଳିଲା ବଡ଼ ଭଉଣୀର ମୃତଦେହ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଗତ ୧୫ ତାରିଖରୁ  ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ  ନିଖୋଜ ହୋଇଯାଇଥିବା ୨ ଭଉଣୀଙ୍କ  ମଧ୍ୟରୁ ଆଜି ପ୍ରଥମେ ସାନ ଭଉଣୀ ଓ ପରେ ବଡ଼ ଭଉଣୀର ମୃତଦେହ ଉଦ୍ଧାର ହୋଇଛି। ସୋନପୁର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ  ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବଡ଼ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ ବୌଦ୍ଧ ଜିଲ୍ଲାରୁ ଠାବ ହୋଇଛି।  ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଅନମୋଲଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀ  ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଓଡ୍ରାଫ ଟିମ୍‌ ଓ ସ୍କୁବା ଡାଇଭର ପ୍ରମୁଖ ଖୋଜାଖୋଜି ଆରମ୍ଭ କରିଥିଲେ।   ତେବେ ୨ ଦିନ ହେବ ନିଖୋଜ ଭଉଣୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ସୋନପୁର ଓ ବୌଦ୍ଧ ଜିଲ୍ଲାରୁ ଉଦ୍ଧାର ହୋଇଛି।

The post ସାନ ଭଉଣୀ ପରେ ମିଳିଲା ବଡ଼ ଭଉଣୀର ମୃତଦେହ appeared first on Odisha Reporter.



from Odisha Reporter https://ift.tt/2IFTkqT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages