ମୁମ୍ୱାଇ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ସାମ୍ପ୍ରଦାୟିକ ଘୃଣାଭାବ ପ୍ରଚାର କରୁଥିବା ଅଭିଯୋଗରେ ବାନ୍ଦ୍ରା କୋର୍ଟ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ମାମଲା ରୁଜୁ ହେବା ପାଇଁ ପ୍ରଥମେ ଏକ ଆବେଦନ ଦାୟର ହୋଇଥିଲା। ଯେଉଁଥିରେ କୁହାଯାଇଥିଲା କଙ୍ଗନା ଟ୍ୱିଟ୍ କରିବା ସହିତ ବିଭିନ୍ନ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ରଖୁଛନ୍ତି ସେଥିରେ ସେ ସାମ୍ପ୍ରଦାୟିକତା ରଙ୍ଗ ଦେଇ କଳାକାରଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର।
#NewsAlert – Fresh trouble for Kangana Ranaut, Mumbai Court orders FIR against Actor.
FIR against Kangana Ranaut for spreading Communal hatred.@vinivdvc shares details with @vandanaseb. pic.twitter.com/SHVsDMZ3eO
— CNNNews18 (@CNNnews18) October 17, 2020
ଏହାପରେ ଆବେଦନକୁ ବିଚାର କରି ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟ ଏହି ମାମଲାରେ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସିର ଧାରା ୧୫୩ (ଏ), ୨୯୫ (ଏ), ୧୨୪ ଏବଂ ୩୪ ଅନୁଯାୟୀ କଙ୍ଗନାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯିବ। ତେବେ ଏହାକୁ ନେଇ କଙ୍ଗନା ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
The post କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/3dxJwL3
No comments:
Post a Comment