ମୁମ୍ୱାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଡୁଆ ପୁଣି ବଢ଼ିଲା। ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କ ଘରୁ ଡ୍ରଗ୍ସ ଜବତ କରିଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ଗତମାସରେ ଦୀପିକା ପାଦୁକୋନ ଓ କରିସ୍ମାଙ୍କ ଡ୍ରଗ୍ସ ଚାଟ ଭାଇରାଲ ହୋଇଥିଲା। ଉଭୟଙ୍କ ଏନସିବି ପଚରାଉଚରା କରି ଛାଡି ଦେଇଥିଲା। ଏବେ ପୁୁଣି କରିସ୍ମାଙ୍କ ଘରୁ ଡ୍ରଗ୍ସ ମିଳିବା ଉଭୟଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ବଲିଉଡରେ ଡ୍ରଗ୍ସ କାରବାରର ଖୋଳତାଡ କରୁଛି ଏନସିବି।
କରିସ୍ମା ପ୍ରକାଶଙ୍କ ଘରୁ ଡ୍ରଗ୍ସ ଜବତ ହେବାପରେ ତାଙ୍କୁ ଆଜି (ବୁଧବାର) ହାଜର ହେବାକୁ ସମନ କରିଛି ଏନସିବି। ରେଡ୍ ବେଳେ କରିସ୍ମାଙ୍କ ଘରୁ ‘ହ୍ୟାଶ’ ଜବତ ହୋଇଛି। ମୁମ୍ୱାଇର ଭେର୍ସୋଭା ଅଞ୍ଚଳରେ ଥିବା ତାଙ୍କ ଘରେ ରେଡ୍ କରିବା ବେଳେ ଏନସିବି ଅଧିକାରୀମାନେ ୧.୮ ଗ୍ରାମର ‘ହ୍ୟାଶ’ ଜବତ କରିଥିଲେ। ସୂଚନାଯୋଗ୍ୟ, ଯେଉଁଥିରେ ଦୀପିକା କରିସ୍ମାଙ୍କୁ ‘ମାଲ୍, ହ୍ୟାଶ’ ଆଦି ଶବ୍ଦର ବ୍ୟବହାର କରିଥିଲେ।
ଚଳିତ ମାସ ଏହି ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କ ଭାଇଙ୍କୁ ଏନସିବି ଗିରଫ କରିଛି। ଫିଲ୍ମ ନିର୍ମାତା ଧର୍ମା ପ୍ରଡକ୍ସନର ମୁଖ୍ୟ କରଣ ଜୋହରଙ୍କ ଦୁଇ ସହଯୋଗୀ ଗିରଫ ହୋଇଛନ୍ତି।
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ଏନସିବି ପଚରାଉଚରା କରିଥିଲା। ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏଯାବତ ୨୩ ଜଣଙ୍କୁ ଏନସିବି ଗିରଫ କରିଛି।
ଏହି ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଜାମିନ୍ ପାଇଥିବା ବେଳେ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଘରର ମ୍ୟାନେଜର ସାମୁଏଲ ମିରାଣ୍ଡା, ରୋଷେୟା ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କୁ ଗିରଫ କରିଛି। ଜୁନ ୧୪ରେ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ସିଂହଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଇଡିର ନିର୍ଦ୍ଦେଶକ୍ରମେ ଏନସିବି ଡ୍ରଗ୍ସ ଆଙ୍ଗେଲର ତଦନ୍ତ କରୁଛି।
The post ଦୀପିକା ପାଦୁକୋନଙ୍କ ମ୍ୟାନେଜର ଘରୁ ଡ୍ରଗ୍ସ ଜବତ appeared first on Odisha Reporter.
from Odisha Reporter https://ift.tt/3mtMV0G
No comments:
Post a Comment