ତାତିଲେ ମହିଳା; କହିଲେ- ଜୀବନ ଚାହୁ, ମଦ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ତାତିଲେ ମହିଳା; କହିଲେ- ଜୀବନ ଚାହୁ, ମଦ ନୁହେଁ

ନୀଳଗିରି (ବିଶ୍ୱମ୍ଭର ଦାସ): “ଜୀବନ ଚାହୁଁ, ମଦ ନୁହେଁ।” ମଦ ବିରୋଧରେ ଏପରି ନାରା ଦେଇ ଶତାଧିକ ମହିଳା ପଦଯାତ୍ରାରେ ବାହାରିଥିଲେ। ଆଉ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇ ମହିଳା କହିଛନ୍ତି, ମଦ ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଅଭିଯୋଗ ପ୍ରକାଶ, ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ଦକ୍ଷିଣ କୁଅଁରପୁର ଗାଁରେ ଚୋରା ମଦ କାରବାର ଦିନକୁ ଦିନ ବଢ଼ିବା ଚାଲିଛି। ଯାହାଫଳରେ ପାରିବାରିକ କଳହ ବଢ଼ୁଛି। ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହେଉଛି। ଏନେଇ ମହିଳାମାନେ ବାରମ୍ୱାର ଥାନାଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ଚୁପ ବସୁଛି। ଚୋରା ମଦ ବେପାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହାର ପ୍ରତିବାରେ ମହିଳାମାନେ ତାତିଛନ୍ତି।

ଦକ୍ଷିଣ କୁଅଁରପୁର ଗାଁର ଶତାଧିକ ମହିଳା ପଦଯାତ୍ରାରେ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ଯାଇଥିଲେ। ‘ଜୀବନ ଚାହୁଁ ମଦ ନୁହେଁ’ ସ୍ଲୋଗାନ ଦେଇ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ସେମାନଙ୍କ ଅଭିଯୋଗ ଶୁଣୁନଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଚୋରା ମଦ ବନ୍ଦ ନହୁଏ, ତେବେ ନୀଳଗିରିରେ ସମସ୍ତ ପ୍ରଶାସନିକ ଅଫିସ୍ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଅଫିସ୍ ମଧ୍ୟ ଘେରାଉ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

 

The post ତାତିଲେ ମହିଳା; କହିଲେ- ଜୀବନ ଚାହୁ, ମଦ ନୁହେଁ appeared first on Odisha Reporter.



from Odisha Reporter https://ift.tt/31K0QHZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages