ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରୁଥିଲେ କଂଗ୍ରେସ ନେତା, ବର୍ଷିଲେ ଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 7, 2020

ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରୁଥିଲେ କଂଗ୍ରେସ ନେତା, ବର୍ଷିଲେ ଯୋଗୀ

ଲକ୍ଷ୍ନୌ: ହାଥରସ ମାମଲାକୁ ଦଙ୍ଗାରେ ପରିଣତ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ କଂଗ୍ରେସ ନେତା। ଏକ ଜାତୀୟ ଟିଭି ଚ୍ୟାନେଲରେ ୟୁପି କଂଗ୍ରେସ ନେତାଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ସଂପୃକ୍ତ ନେତା ହେଉଛନ୍ତି ୟୁପି କଂଗ୍ରେସର ବରିଷ୍ଠ ନେତା ଶ୍ୟରାଜ ଜୀବନ। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟତମ ନେତା।

ଏବେ ଏହାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ଷିଛନ୍ତି। ସେ କହିଛନ୍ତି ଲୋକଙ୍କୁ ସୁରକ୍ଷା ଏବଂ ଶାନ୍ତି ଚାହିଁବା ପରିବର୍ତ୍ତେ ଲୋକଙ୍କୁ ମାରିବାକୁ ଚାହୁଁଛନ୍ତି କୁଚକ୍ରି ଗୋଷ୍ଠୀ। ଯେଉଁ ନେତା କରୋନା ଏବଂ ଲକଡାଉନ୍ ବେଳେ ଜୀବନ ରକ୍ଷା ପାଇଁ ଘରେ ଲୁଚିଥିଲେ ଏବେ ସେମାନେ ଦଙ୍ଗା କରି ରାଜନୀତିକ ମାଇଲେଜ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ୟୁପିରେ କୌଣସି ଷଡ଼ଯନ୍ତ୍ର କାମ ଦେବନି। ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ନଭେମ୍ୱର ତିନିରେ ୟୁପିର ବଙ୍ଗାରମଉ (ଉନ୍ନାଓ) ବିଧାନସଭା ଆସନରେ ଉପନିର୍ବାଚନ ରହିଛି। ଏହି ସମୟରେ ପ୍ରଚାର କରିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ନେତାଙ୍କ ନାମ ନନେଇ ଏଭଳି କଡ଼ା ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଷ୍ଟିଙ୍ଗ ଅପରେସନରେ ଶ୍ୟରାଜ ଜୀବନ କହିଛନ୍ତି ହାଥରସ ମାମଲାକୁ ଦଙ୍ଗାରେ ପରିଣତ କରାଯିବ। ଉଭୟ ପଟୁ ଦୁଇ ଜଣ ଲେଖାଏଁଙ୍କ ମୃତ୍ୟୁ ହେବ। ଏହାପରେ ରାହୁଲ ଗାନ୍ଧୀ ଆସିବେ। ତେବେ ଷ୍ଟିଙ୍ଗ ଅପରେସନ ପରେ କଂଗ୍ରେସ କୌଣସି ପ୍ରତିକ୍ରିୟା ରଖି ନାହିଁ। ଏବେ ୟୁପି ପୁଲିସ ତାଙ୍କୁ ସମନ କରିଛି। ଏଥିସହ ଦୁଇଟି ଏଫଆଇଆର ତାଙ୍କ ନାମରେ ରୁଜୁ ହୋଇଛି।

ଅନ୍ୟପଟେ ୟୁପିରେ ଦଙ୍ଗା ପାଇଁ ମଥୁରାରୁ ଫିଏଫଆଇର ୪ ସଦସ୍ୟ ଗିରଫ ହୋଇଛନ୍ତି। ଇସଲାମିକ ଦେଶରୁ ୧୦୦ କୋଟି ଟଙ୍କା ନିବେଶ କରାଯାଇ ୟୁପିରେ ଦଙ୍ଗା କରିବାକୁ ଷଡ଼ଯନ୍ତ୍ର ଚାଲିଥିଲା ବୋଲି ଜଣାପଡ଼ିଛି। ଇଡି ଏବେ ଏହି ମାମଲାର ତଦନ୍ତ କରୁଛି। ଚାରି ସଦସ୍ୟ ଏବେ ଜେଲରେ।

The post ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରୁଥିଲେ କଂଗ୍ରେସ ନେତା, ବର୍ଷିଲେ ଯୋଗୀ appeared first on Odisha Reporter.



from Odisha Reporter https://ift.tt/3jBv5HX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages