ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସାଇକେଲଗିରି ଅଭିଯାନ। ଆସନ୍ତାକାଲି ସକାଳ ସାଢ଼େ ୬ଟାରେ ଶିଶୁଭବନ ଛକ ନିକଟ ଏକାମ୍ର ପ୍ଲାଜା ଜନପଥରୁ ୧୨ କିଲୋମିଟର ଦୂର ଧଉଳି ଯାଏଁ, ଏକ ସାଇକେଲ ରାଲି ଆୟୋଜିତ ହେବ।
ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସାଇକେଲ୍ସ ଫର୍ ଚେଞ୍ଜ କ୍ୟାମ୍ପେନ୍ ଆୟୋଜିତ ହେବ। ଭୁବନେଶ୍ୱର ସମେତ ଦେଶର ୯୫ଟି ସହର ଇଣ୍ଡିଆ ସାଇକେଲ୍ ଫର୍ ଚେଞ୍ଜ ଚ୍ୟାଲେଞ୍ଜରେ ପଞ୍ଜିକୃତ ହୋଇ, ସୁରକ୍ଷିତ ଓ ସାଇକେଲ୍ ଫ୍ରେଣ୍ଡଲୀ ସହର ସୃଷ୍ଟି ପାଇଁ ଚେଷ୍ଟା କରୁଥିବା ବିଏମସି କମିଶନର କହିଛନ୍ତି।
The post ରାଜଧାନୀରେ ହେବ ‘ସାଇକେଲଗିରି’ appeared first on Odisha Reporter.
from Odisha Reporter https://ift.tt/3jHz4CL
No comments:
Post a Comment