୨୪ ଘଣ୍ଟାରେ ୧୦୩୩ ମୁଣ୍ଡ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

୨୪ ଘଣ୍ଟାରେ ୧୦୩୩ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣିଥରେ ୧୦୦୦ ଟପିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ୧୦୩୩ ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ତେବେ ଆଶ୍ୱସ୍ତିକର କଥା ହେଉଛି, ଦେଶରେ ଏପର୍ଯ୍ୟନ୍ତ ୬୫ଲକ୍ଷରୁ ଅଧିକ ଲୋକ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ଏହାବ୍ୟତୀତ ଗତ ଦେଢ଼ ମାସ ଭିତରେ ୨ୟ ଦିନରେ କରୋନା ସକ୍ରିୟ ମାମଲା ୮ଲକ୍ଷରୁ ତଳେ ରହିଛି।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୧୮୭୧ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ କରୋନା ଆକ୍ରାନ୍ତ ସଂଖ୍ୟା ୭୪ଲକ୍ଷ ଅତିକ୍ରମ କରିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୪୯୪,୫୫୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧,୧୪,୦୩୧ରେ ପହଞ୍ଚି ଯାଇଛି। ଏବେ ଆକ୍ଟିଭ୍ ମାମଲା ୭,୮୩,୩୧୧ ରହିଥିବା ବେଳେ ୬୫,୯୭,୨୦୯ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ କରୋନା ସୁସ୍ଥ ହାର ଏବେ ୮୮ ପ୍ରତିଶତରେ ପହଞ୍ଚିଛି। ସେହିପରି ମୃତ୍ୟୁହାର ୧.୫ ପ୍ରତିଶତକୁ ହ୍ରାସ ପାଇଛି। ଦେଶରେ ପଜିଟିଭ୍ ହାର ୬.୪ ପ୍ରତିଶତ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୯ଲକ୍ଷ ୭୦ହଜାର ୧୬୩ କରୋନା ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ମୋଟ ୯ କୋଟି ୪୨ ଲକ୍ଷକ୍ ୨୪ହଜାର ୧୯୦ ସାମ୍ପଲ୍ ଟେଷ୍ଟ ହୋଇସାରିଛି।

The post ୨୪ ଘଣ୍ଟାରେ ୧୦୩୩ ମୁଣ୍ଡ ନେଲା କରୋନା appeared first on Odisha Reporter.



from Odisha Reporter https://ift.tt/3k9c2EZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages