ଘରୁ ଡାକି ଆଣି କାଜୁ ଜଙ୍ଗଲରେ ହତ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ଘରୁ ଡାକି ଆଣି କାଜୁ ଜଙ୍ଗଲରେ ହତ୍ୟା!

ଖୋର୍ଦ୍ଧା(ବଳରାମ ଲେଙ୍କା): ଯୁବକଙ୍କୁ ଘରୁ ଡାକି ନେଇ କାଜୁ ଜଙ୍ଗଲରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରୁ ଆସିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗରୁ ପ୍ରକାଶ, ଖାରଡ଼ପଲ୍ଲୀ ଗାଁର ଦୁଇ ଜଣ ଯୁବକ ଗତକାଲି ରାତି ପ୍ରାୟ ୯ଟା ବେଳେ ବୀରବର ବେହେରାଙ୍କ ପୁଅ ସତ୍ୟସୁନ୍ଦରଙ୍କୁ ଘରୁ ଡାକି ନେଇଥିଲେ। ହେଲେ ରାତିରେ ଆଉ ସତ୍ୟସୁନ୍ଦର ଘରକୁ ଫେରିନଥିଲେ। ଆଜି ସକାଳେ ତାଙ୍କର କ୍ଷତିବିକ୍ଷତ ମୃତଦେହ ବରଡାଳିଆ କାଜୁ ଜଙ୍ଗଲରୁ ମିଳିଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କୋଦବାରିଣୀ-ଭାପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବାଂକୋଇ ଫାଣ୍ଡି ଓ ବୋଲଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ରାସ୍ତାରୋକ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି।

The post ଘରୁ ଡାକି ଆଣି କାଜୁ ଜଙ୍ଗଲରେ ହତ୍ୟା! appeared first on Odisha Reporter.



from Odisha Reporter https://ift.tt/349vYSN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages