ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପୁରୁଣା ବାନ୍ଦୋଗଡା ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ଏକ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଗତକାଲି ରାତିରେ ଏକ ଭାଲୁ ଗାଁର ବୈକୁଣ୍ଠ ମହାନ୍ତିଙ୍କ ବାଡିପଟ ଦେଇ ଘର ଭିତରକୁ ପଶି ଆସିଥିଲା। ଭାଲୁକୁ ଦେଖି ପରିବାର ଲୋକେ ଭୟରେ ଘରୁ ପଦାକୁ ଦୌଡ଼ିି ଆସିଥିଲେ।
କିଛି ସମୟ ପରେ ଗାଁର କିଛି ଯୁବକ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଘର ଭିତରୁ ବାହାର କରିଦେଇଥିଲେ। ନିକଟରେ ଥିବା ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ବାହାରି ଆସି ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ତେବେ ବନ୍ୟ ଜନ୍ତୁଙ୍କ ଉପରେ ବନବିଭାଗ ନଜର ରଖିଥିବା ସ୍ଥାନୀୟ ଫରେଷ୍ଟର କହିଛନ୍ତି।
The post ଘରେ ପଶିଲା ଭାଲୁ appeared first on Odisha Reporter.
from Odisha Reporter https://ift.tt/3iRwU2b
No comments:
Post a Comment