ଆନନ୍ଦପୁର(ମୁନା ସିଂ): କ୍ରୋଧରେ ହିତାହିତ ଜ୍ଞାନ ଭୁଲିଯାଇଥିବା ଜଣେ ଆଇଟିବିପି ଯବାନଙ୍କ ଆକ୍ରମଣରେ ଆଖି ବୁଜିଛନ୍ତି ତାଙ୍କ ବାପା। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଘଟିଛି। ଅଭିଯୁକ୍ତ ଯବାନ ହେଉଛନ୍ତି ରଞ୍ଜନ ଓଝା। ସେ ଅରୁଣାଚଳ ପ୍ରଦେଶରେ ଆଇଟିବିପି ଯବାନ ଭାବେ କାର୍ଯ୍ୟରତ ଥିଲେ। ଛୁଟି ନେଇ ସେ ଘରକୁ ଆସିଥିବା ବେଳେ ଏପରି କାଣ୍ଡ ଘଟିଥିବା ଜଣାଯାଇଛି।
ପୁଲିସ୍ ତରଫରୁ ମିଳିଥିବୀ ସୂଚନା ଅନୁସାରେ, ୧୦ ଦିନ ପୂର୍ବେ ରଞ୍ଜନ ଛୁଟି ନେଇ ଘରକୁ ଆସିଥିଲେ। ପୂର୍ବରୁ ଭଉଣୀ ବାହାଘରରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ନେଇ ରଞ୍ଜନ ଓ ତାଙ୍କ ୨ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାଦେଖି ତାଙ୍କ ବାପା ପ୍ରମୋଦ ଓଝା ପୁଅମାନଙ୍କୁ ବୁଝାଶୁଝା କରୁଥିଲେ। ହେଲେ ଉତ୍ତ୍ୟକ୍ତ ରଞ୍ଜନ ଭୁଜାଲି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା।
ଏହାଦେଖି ରଞ୍ଜନଙ୍କ ଅନ୍ୟ ଦୁଇ ଭାଇ ପ୍ରତିଶୋଧ ପରାୟଣ ହୋଇ ରଞ୍ଜନକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରଞ୍ଜନ ଓ ତାଙ୍କ ଭାଇ ବାସୁ ଓଝା ଗୁରୁତର ଅଛନ୍ତି। ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାମଚନ୍ଦ୍ରପୁର ଥାନା ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
The post ଯବାନଙ୍କ ଆକ୍ରମଣରେ ଆଖି ବୁଜିଲେ ବାପା appeared first on Odisha Reporter.
from Odisha Reporter https://ift.tt/2FpNcSq
No comments:
Post a Comment