କାନାଡା: ବର୍ଗର ଅର୍ଡର ଦେଇ ଶେଷରେ ମହିଳାଜଣକ ପାଇଲେ ୨ ପ୍ୟାକେଟ ଟମାଟୋ କ୍ୟାଚଅପ୍। ମହିଳାଜଣକ ନିଜ ଖାଦ୍ୟ ପସନ୍ଦକୁ ନେଇ ଏତେ ମାତ୍ରାରେ ବାଛବିଚାର ରଖୁଥିଲେ ଯେ, ବର୍ଗର ଅର୍ଡର କରି ଦେଇଥିଲେ ମଧ୍ୟ ସେଥିରେ ମିଶୁଥିବା ବିଭିନ୍ନ ସାମଗ୍ରୀ ଖାଇବାକୁ ମନା କରିଦେଇଥିଲେ। ପସନ୍ଦ, ଅପସନ୍ଦର ତାଲିକା ଲମ୍ବି ଲମ୍ବି ଶେଷରେ ତାଙ୍କୁ ୨ ପ୍ୟାକେଟ ଟମାଟୋ କ୍ୟାଚଅପ୍ ହିଁ ପରଷିଲେ ୱେଟର । ଏ ସମ୍ପର୍କରେ ଖୋଦ ମହିଳାଙ୍କ ସ୍ୱାମୀ ଟ୍ୱିଟ କରି ଜଣାଇଛଛନ୍ତି, ଯାହାକି ଏବେ ବେଶ୍ ଭାଇରାଲ ହେଉଛି।
କାନାଡାର କେଟି ପୁଲେ ନାମ୍ନୀ ମହିଳା ଦିନେ ପାର୍ଟି ସାରି ନିଶାସକ୍ତ ଅବସ୍ଥାରେ ନିଜ ସ୍ୱାମୀଙ୍କ ସହ ଘରକୁ ଫେରୁଥିଲେ। ମାତ୍ର ସେ ବହୁତ ଭୋକିଲା ଥିବାରୁ କିଛି ଖାବାକୁ ଏକ McDonalds ଷ୍ଟୋରକୁ ଯାଇଥିଲେ। ସେଠାରେ ସେ କ’ଣ ଖାଇବେ ଭାବି ଏକ ବର୍ଗର ଅର୍ଡର ଦେଇଥିଲେ। ବର୍ଗର ଖାଇବାକୁ ଇଚ୍ଛୁକ ଥିବା କେଟି କିନ୍ତୁ ତାହାକୁ ସ୍ୱାଦିଷ୍ଟ କରୁଥିବା ବିଭିନ୍ନ ଖାଦ୍ୟ ଖାଇବାକୁ ମନା କରିଦେଇଥିଲେ।
ଏପରିକି ସେ ବର୍ଗରରେ ବ୍ୟବହୃତ ବନ୍, ସୋରିଷ ସସ୍, ପିଆଜ, ଆଚାର ଏପରିକି ମାଂସ ଖାଇବାକୁ ମଧ୍ୟ ମନା କରିଦେଇଥିଲେ। କେଟିଙ୍କ ନିକଟରୁ ବହୁ ଜିନିଷକୁ ନା ଶୁଣିବା ପରେ ତାଙ୍କୁ କ’ଣ ପରଷିବେ ତାହା ଭାବି ଶେଷରେ ମହିଳାଙ୍କ ନିକଟରେ ଅର୍ଡର ପହଞ୍ଚିଲା ବେଳକୁ ପ୍ଲେଟରେ କେବଳ ଟମାଟୋ କ୍ୟାଚଅପ୍ ହିଁ ଥିଲା। ଏଥିପାଇଁ କିନ୍ତୁ ମହିଳାଙ୍କ ସ୍ୱାମୀଙ୍କୁ ବିଲ୍ ପେମେଣ୍ଟ କରିବାକୁ ପଡ଼ିଥିଲା।
The post ବର୍ଗର ଅର୍ଡର ଦେଲେ ମହିଳା , ହେଲେ ମିଳିଲା ଟମାଟୋ କ୍ୟାଚଅପ୍ appeared first on Odisha Reporter.
from Odisha Reporter https://ift.tt/2TmI1WI
No comments:
Post a Comment