ବିହାର ନିର୍ବାଚନ: ଇସ୍ତାହାରରେ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୁଣି ଦୋହରାଇଲା ଆରଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ବିହାର ନିର୍ବାଚନ: ଇସ୍ତାହାରରେ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୁଣି ଦୋହରାଇଲା ଆରଜେଡି

ପାଟନା: ଜୋର୍ ଧରିଛି ବିହାର ରାଜନୀତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରଶୋର୍ ପ୍ରଚାରରେ ଲାଗିପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହାରି ଭିତରେ ମୁଖ୍ୟ ବିରୋଧୀ ଦଳ ଆରଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ଲୋକଙ୍କ ଆସ୍ଥା ଜିତିବାକୁ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିଶ୍ରୁତି ଦେଇଛି ଆରଜେଡି। ପାଟନାରେ ତେଜସ୍ୱୀ ଯାଦବ, ମନୋଜ ଝାଙ୍କ ସମେତ ପାର୍ଟିରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ଦଳୀୟ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି।

ଆରଜେଡି ଇସ୍ତାହାରରେ ବିହାରର ବେରୋଜଗାର ସମସ୍ୟାକୁ ଗୁରୁତ୍ୱ ଦେଇ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୁଣି ଦୋହରାଇଛି। ଏହା ବ୍ୟତୀତ କ୍ଷମତାକୁ ଆସିଲେ ଦଳ ବେରୋଜଗାର ଯୁବକମାନଙ୍କୁ ୧୫୦୦ ଟଙ୍କା ବେରୋଜଗାରୀ ଭତ୍ତା ଦେବ ବୋଲି କୁହାଯାଇଛି। ସେହିପରି ସରକାରୀ ଚାକିରି ଲାଗି ଆବେଦନ କରିବାକୁ ହେଲେ ବିହାରର ଯୁବପିଢି଼ଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବନି ବୋଲି ଆରଜେଡି ନିଜ ଇସ୍ତାହାରରେ କହିଛି।

ସରକାରୀ ଚାକିରିରେ ବିହାରର ଯୁବକମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ଘରୋଇ ନୀତି ଆଣିବେ ଏବଂ ସରକାରୀ ଚାକିରିର ୮୫ ପ୍ରତିଶତ ବିହାର ଯୁବକମାନଙ୍କ ପାଇଁ ସଂରକ୍ଷିତ ରଖାଯିବ। ଏହାଛଡ଼ା କୃଷକମାନଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଆରଜେଡି ଘୋଷଣା କରିଛି।

ଆରଜେଡି ନିର୍ବଚନୀ ଇସ୍ତାହାର ଜରିଆରେ ନୂତନ ଶିଳ୍ପ ନୀତି ଆଣିବା, ନୂତନ ଶିଳ୍ପ ସ୍ଥାପନ କରିବା ନେଇ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ, ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ଉର୍ଦ୍ଦୁ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, କୃଷକ ଆୟୋଗ, ବ୍ୟବସାୟୀ ଆୟୋଗ, ଯୁବ ଆୟୋଗ ତଥା କ୍ରୀଡ଼ା ଆୟୋଗ ଗଠନ କରିବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛି।

ଅନ୍ୟପଟେ ରାଜ୍ୟର ଜିଡିପିର ୨୨ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଉପଯୋଗ କରିବ ବୋଲି ଇସ୍ତାହାରରେ ଘୋଷଣା କରିଛି। ସେହିଭଳି ବୟସ୍କ ଏବଂ ଗରିବଙ୍କୁ ମାସିକ ୪୦୦ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ପେନସନ, ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ, କିଡନୀ ରୋଗୀଙ୍କୁ ମାଗଣାରେ ଡାଏଲେସିସି ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଆରଜେଡି ଇସ୍ତାହାରରେ ଘୋଷଣା କରାଯାଇଛି।

The post ବିହାର ନିର୍ବାଚନ: ଇସ୍ତାହାରରେ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୁଣି ଦୋହରାଇଲା ଆରଜେଡି appeared first on Odisha Reporter.



from Odisha Reporter https://ift.tt/3ktVjwr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages