ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ୧ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ୧ ଆହତ

ନୂଆଦିଲ୍ଲୀ: ଗତକାଲି ରାତିରେ ଶ୍ରୀଲଙ୍କା ନୌସେନା ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଫଳରେ ଜଣେ ମତ୍ସ୍ୟଜୀବୀ ଆହତ ହୋଇଥିବା ସୂଚନା ମିଳିଛି। ଭାରତୀୟ ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କାର ଜଳକ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବାରୁ ସେମାନେ ଆକ୍ରମଣ କରିଥିବା କହିଛନ୍ତି। ତେବେ ଏଭଳି ଅଭିଯୋଗକୁ ଭାରତୀୟ ମତ୍ସ୍ୟଜୀବୀମାନେ ଖାରଜ କରିଛନ୍ତି।

ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କାର ଜଳକ୍ଷେତ୍ରରେ ଅନୁପ୍ରବେଶ କରିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ଯେ, ସେମାନଙ୍କ ଉପରେ ପଥର ପିଙ୍ଗା ଯାଇ ଆକ୍ରମଣ କରାଯାଇଥିଲା। ଫଳରେ ସେମାନଙ୍କ ଜାଲ ନଷ୍ଟ ହୋଇଗଲା। ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଔପଚାରିକ ଭାବେ ଅଭିଯୋଗ ହୋଇ ନ ଥିବା ବେଳେ ମାମଲାର ତଦନ୍ତ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଆହତ ମତ୍ସ୍ୟଜୀବୀ ଜଣକ ତାମିଲନାଡ଼ୁର ରାମେଶ୍ୱରମ ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନା ଯେ, ଶ୍ରୀଲଙ୍କା ଅଧିକାରୀମାନଙ୍କ ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ ନିର୍ଯାତନା ଦିଆଯାଉଥିବା ପ୍ରସଙ୍ଗ ତାମିଲନାଡ଼ୁ ବହୁ ପୂର୍ବରୁ କେନ୍ଦ୍ରକୁ ଜଣାଇଛି। ଏହାସହ ଭାରତୀୟ ମତ୍ସ୍ୟଜୀବୀଙ୍କ ପ୍ରତି ନିର୍ଯାତନା ବନ୍ଦ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ତାମିଲନାଡ଼ୁ ଅନୁରୋଧ ମଧ୍ୟ କରିଥିଲା।

The post ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ୧ ଆହତ appeared first on Odisha Reporter.



from Odisha Reporter https://ift.tt/2J2TmsY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages