ଭାଇରାଲ୍‌ ହେଉଛି ୬୦ଟି ଅଣ୍ଡାର ଆମଲେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ଭାଇରାଲ୍‌ ହେଉଛି ୬୦ଟି ଅଣ୍ଡାର ଆମଲେଟ୍‌

ନୂଆଦିଲ୍ଲୀ : ସୋଶାଲ ମିଡିଆରେ ପ୍ରତିଦିନ ନୂଆ ନୂଆ ରେସିପିର ଖାଦ୍ୟ ଭାଇରାଲ୍‌ ହେଉଥିବା ଆପଣମାନେ ଦେଖୁଥିବେ। ଯାହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରିଥା’ନ୍ତି। ସାଧାରଣତଃ ଅଣ୍ଡା ଆମଲେଟ୍‌ ସମସ୍ତଙ୍କ ପ୍ରିୟ ଖାଦ୍ୟ। କିନ୍ତୁ ଆପଣ କେବେ ୬୦ଟି ଅଣ୍ଡାରେ ପ୍ରସ୍ତୁତ ଆମଲେଟ୍‌ ଖାଇଛନ୍ତି କି ? ଯାହାର ରେସିପି ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ୍‌ ଭିଡିଓରେ ଜଣେ କୋରିଆନ୍‌ ଷ୍ଟିଟ୍‌ ଫୁଡ୍‌ ଭେଣ୍ଡର ନିଜ ଗ୍ରାହକଙ୍କ ପାଇଁ ଆମଲେଟ୍‌ ତିଆରି କରୁଛନ୍ତି। ୬୦ଟି ଅଣ୍ଡାର ଏହି ବଡ଼ ଆମଲେଟ୍‌ଟି ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ହିଁ ଭାଇରାଲ୍‌ ହୋଇଛି। ଏହାକୁ ତିଆରି କରିଥିବା ଶେଫ୍‌ଙ୍କର ମଧ୍ୟ ୟୁଜର୍ସ ଖୁବ୍‌ ପ୍ରଶଂସା କରିଛନ୍ତି।

ଭିଡିଓଟିରେ ଦେଖନ୍ତୁ ପ୍ରଥମେ ଶେଫ୍‌ ଜଣକ ୬୦ଟି ଅଣ୍ଡାକୁ ଭାଙ୍ଗିଛନ୍ତି। ଏଥିରେ ଲୁଣ, ପିଆଜ, ଧଣିଆ ପତ୍ର, ଗାଜର ଓ ମାଂସର ଖଣ୍ଡ ପକାଇ ଭଲ ଭାବରେ ଫେଣ୍ଟିଛନ୍ତି। ଏହାପରେ ପତଳା ପତଳା କରି ଆମଲେଟ୍‌ ଉପରେ ଆମଲେଟ୍‌ ପ୍ରସ୍ତୁତ କରି ଏବଂ ଏହାକୁ ଏକ ବଡ଼ ରୋଲ୍‌ କରୁଛନ୍ତି। ପରେ ରୋଲ୍‌ଟିକୁ ଛୋଟ ଛୋଟ ଖଣ୍ଡ କରି କାଟୁଛନ୍ତି।

ଭିଡିଓଟିକୁ ‘ୟମି ବୟ’ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ସୋଶାଲ ମିଡିଆରେ ଶେଆର୍‌ କରିଛି। ଶେଆର୍‌ ହେବା ମାତ୍ରେ ଭିଡିଓଟିକୁ ୧୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

The post ଭାଇରାଲ୍‌ ହେଉଛି ୬୦ଟି ଅଣ୍ଡାର ଆମଲେଟ୍‌ appeared first on Odisha Reporter.



from Odisha Reporter https://ift.tt/3kwd6mQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages