‘ଓଟିଭି’ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ, ନିନ୍ଦା କଲା ଏଡିଟର୍ସ ଗିଲ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 16, 2020

‘ଓଟିଭି’ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ, ନିନ୍ଦା କଲା ଏଡିଟର୍ସ ଗିଲ୍ଡ

ନୂଆଦିଲ୍ଲୀ: ‘ଓଟିଭି’ ବିରୋଧରେ ଓଡ଼ିଶା ସରକାର ଏବଂ ପୁଲିସର ଆକ୍ରୋଶମୂଳକ ପଦକ୍ଷେପକୁ ନିନ୍ଦା କଲା ‘ଏଡିଟରସ ଗିଲ୍ଡ’। ଗୋଟିଏ ମିଡିଆ ହାଉସ ବିରୋଧରେ ରାଜ୍ୟ ସରକାରଙ୍କ ଏଭଳି ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ଏଡିଟର୍ସ ଗିଲ୍ଡ କହିଛି।

ଅନ୍ୟପଟେ ଏଡିଟରସ ଗିଲ୍ଡର ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା ମଧ୍ୟ ଓଡ଼ିଶା ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି। ଏଭଳି ଘଟଣା ଦୁଃଖଦାୟକ। ଗୋଟିଏ ଗଣମାଧ୍ୟମ ଗୋଷ୍ଠୀ ଏବଂ ଏହାର ସାମ୍ବାଦିକଙ୍କ ପଛରେ ଓଡ଼ିଶା ସରକାର ଯେଉଁଭଳି ଭାବରେ ଆକ୍ରୋଶ ମୂଳକ ପଦକ୍ଷେପ ନେଉଛନ୍ତି ଗ୍ରହଣୀୟ ନୁହେଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି।

ଏହାବାଦା ଜାତୀୟ ଇଂରାଜୀ ଟିଭି ଚ୍ୟାନେଲ ରିପକ୍ଲିବ୍ ଟିଭି ଓଟିଭି ବିରୋଧରେ ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିବା ସହିତ ଏହାକୁ ନେଇ ଡିବେଟ୍ କରିଛି। ସେହିପରି ‘ଦ ପ୍ରିଣ୍ଟ’ ଭଳି ଡିଜିଟାଲ ମିଡ଼ିଆ ମଧ୍ୟ ‘ଓଟିଭି’ ବିରୋଧରେ ସରକାରଙ୍କ ପଦକ୍ଷେପକୁ ନେଇ ଖବର ପ୍ରକାଶ କରିଛି।

ଅକ୍ଟୋବର ୧୫ ତାରିଖରେ ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପୁଲିସ ଉଠାଇ ନେଇଥିଲା। ବିନା କୌଣସି ସୂଚନା ଦେଇ ପୁଲିସ ରମେଶ ରଥଙ୍କୁ ନେଇଯାଇଥିଲା। ପ୍ରାୟ ଅଢ଼େଇ ଘଣ୍ଟାକାଳ ତାଙ୍କୁ ଅଟକ ରଖିବା ପରେ ଦଳବଳ ଧରି ଓଟିଭି ଅଫିସକୁ ଆସିଥିଲା ପୁଲିସ। ସେମାନେ ଓଟିଭି ଅଫିସରେ ପଶି ସର୍ଚ୍ଚ କରିବାକୁ କହିଥିଲେ। ହେଲେ କାହିଁକି ସର୍ଚ୍ଚ କରିବେ ସେ ନେଇ କିନ୍ତୁ କୌଣସି ସଠିକ ଉତ୍ତର କିମ୍ବା ଲିଖିତ ଅନୁମତିପତ୍ର ଦେଖାଇ ପାରିନଥିଲା ପୁଲିସ।

ତେବେ କେନ୍ଦୁଝର ପୁଲିସର ଏକ ଟିମ୍‌ ଶୁକ୍ରବାର ପୁଣି ଥରେ ଓଟିଭି ପରିସରକୁ ଆସି ସିଆର୍‌ପିସି-୯୧ ଧାରାରେ ନୋଟିସ ଦେଇ ଫେରି ଯାଇଛି। ଏହା ସହିତ ଗୁରୁବାର ପାଖରୁ ଡେରା ପକାଇଥିବା ପୁଲିସ ଶୁକ୍ରବାର ଓଟିଭି ଅଫିସ ଛାଡ଼ିଛି। ଭୁବନେଶ୍ୱର ସ୍ଥିତ ଓଟିଭି ଅଫିସ କ୍ୟାମ୍ପସ ଭିତରେ ଓ ଫାଟକ ବାହାରେ ଡେରା ପକାଇଥିବା କେନ୍ଦୁଝର ପୁଲିସ ଶୁକ୍ରବାର ଅପରାହ୍ନ ୪ଟାରେ ନୋଟିସ୍‌ ଦେଇ ଛାଡ଼ିଛି।

ଏଡିଟର୍ସ ଗିଲ୍ଡ କ’ଣ?

ଏଡିଟର୍ସ ଗିଲ୍ଡ ୧୯୭୮ରେ ପ୍ରତିଷ୍ଠା ହୋଇଥିଲା। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରଖି ଏହି ସଂଘ ତିଆରି ହୋଇଥିଲା। ସାମ୍ବାଦିକଙ୍କ ସ୍ୱାଧୀନତାକୁ ସୁରକ୍ଷା ଦେବା ଓ ଖବରକାଗଜ ଏବଂ ପତ୍ରିକାର ମାନ ବୃଦ୍ଧି ପାଇଁ ଏହି ଏଡ଼ିଟର୍ସ ଗିଲ୍ଡ ପ୍ରତିଷ୍ଠା ହୋଇଥିଲା।

The post ‘ଓଟିଭି’ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ, ନିନ୍ଦା କଲା ଏଡିଟର୍ସ ଗିଲ୍ଡ appeared first on Odisha Reporter.



from Odisha Reporter https://ift.tt/31fYqjW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages