ବଲାଙ୍ଗିର(ଓଡ଼ିଶା ରିପୋର୍ଟର) : ଗତ ୧୫ ତାରିଖରୁ ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସୋନପୁର ଜିଲ୍ଲାରୁ ଠାବ ହୋଇଛି। ସୋନପୁର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ଜଣେ ଯୁବତୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ଠାବ ହୋଇଛି। ମୃତା ଯୁବତୀ ଆଞ୍ଚଲ ଅଗ୍ରୱାଲା ବୋଲି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ତେବେ ତାଙ୍କ ବଡ଼ ଭଉଣୀଙ୍କର ଏ ଯାଏ ପତ୍ତା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଓଡ୍ରାଫ ଟିମ୍ ଓ ସ୍କୁବା ଡାଇଭର ପ୍ରମୁଖ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ୨ ଦିନ ହେବ ନିଖୋଜ ଭଉଣୀଙ୍କ ପତ୍ତା ମିଳିପାରି ନ ଥିବା ବେଳେ ଆଜି ଜଣଙ୍କ ମୃତଦେହ ଭାସମାନ ଅବସ୍ଥାରେ ଡେଇଁଥିବା ସ୍ଥାନରୁ ୩୦ କିମି ଦୂରରୁ ଉଦ୍ଧାର ହୋଇଛି। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।
The post ନିଖୋଜ ଥିଲେ ୨ ଭଉଣୀ, ମିଳିଲା ସାନ ଭଉଣୀର ମୃତଦେହ appeared first on Odisha Reporter.
from Odisha Reporter https://ift.tt/35awO0K
No comments:
Post a Comment