ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତ ହୋଇ କୋଭିଡ୍ ନିୟମ ଉଲ୍ଲଂଘନ କରିବା ଶେଷରେ ମହଙ୍ଗା ପଡ଼ିଲା । କରୋନା ସଂକ୍ରମିତ ହୋଇ ମଧ୍ୟ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ ଉପସ୍ଥିତ ଥିବା ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ପୁଲିସ୍ ।
ଗତକାଲି ପୁରୀ ସମୁଦ୍ରକୂଳ ଥାନାରେ ଏନେଇ ପୁଲିସ୍ ଏକ ମାମଲା ରୁଜୁ କରିଛି । ଏପିଡେମିକ ଆକ୍ଟରେ ମାମଲା ରୁଜୁ କରାଯାଇ ଆଇପିସି ୨୬୯ ଓ ୨୭୦ ଦଫା ଲାଗିଛି ଉମାଙ୍କ ବିରୋଧରେ । ଜଗନ୍ନାଥ ସେନାର ଦୀର୍ଘ ଦିନର ଦାବି ପରେ ମାମଲା ରୁଜୁ କରିବାକୁ ପଚଘୁଞ୍ଚା ଦେଉଥିବା ପୁଲିସ୍ ପ୍ରଶାସନ ଶେଷରେ ଗତକାଲି ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ପୁରୀ ସ୍ୱର୍ଗଦ୍ୱାରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶବସତ୍କାର କରାଯାଇଥିଲା। ମହାମାରୀ କରୋନା ପଜିଟିଭ୍ ଥାଇ ମଧ୍ୟ ସ୍ୱର୍ଗତ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ବିଧାୟକ ଉମା ସାମନ୍ତରାୟ ଏବଂ ମନ୍ତ୍ରୀ ସମୀର ଦାସ ଯୋଗ ଦେଇଥିଲେ। ଜଗନ୍ନାଥ ସେନା ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହାକୁ ନେଇ ତୀବ୍ର ଅଭିଯୋଗ ହୋଇଥିଲା । ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ଉପସ୍ଥିତିରେ କେମିତି ସ୍ୱର୍ଗଦ୍ୱାରକୁ ଆସିଲେ ବୋଲି ଜଗନ୍ନାଥ ସେନା ଆବାହକ ପିକୁ ପଟ୍ଟନାୟକ ପ୍ରଶ୍ନ ଉଠାଇ ଥିଲେ। ଏହି ଅଭିଯୋଗ ଆଧାରରେ ସମୁଦ୍ରକୂଳ ଥାନା ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ଏନେଇ ପୂର୍ବରୁ ପିକୁ ସମୁଦ୍ରକୂଳ ଥାନାରେ ଏତଲା ଦେବା ପରେ ତାଙ୍କ ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ସମୀର ଦାଶ ମିଛ କଥା ବୋଲି ସଫେଇ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ତାଙ୍କୁ କରୋନା ହୋଇନି, ବରଂ ସେ ଆଶିଂକ କରୋନା ସଂକ୍ରମିତ। ଏପରିକି ତାଙ୍କଠାରୁ କରୋନା ଜୀବାଣୁ କାହାକୁ ସଂକ୍ରମିତ ହୋଇପାରି ନାହିଁ ମନ୍ତ୍ରୀ ତାଙ୍କ ସଫେଇରେ କହିଥିଲେ।
The post କୋଭିଡ୍ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା; ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/34CUxqe
No comments:
Post a Comment