ଟିଆରପି ସ୍କାମ୍: କ୍ରାଇମବ୍ରାଞ୍ଚ ଆଗରେ ହାଜର ହେବେ ରିପବ୍ଲିକ ଟିଭିର ସିଏଫଓ ଏବଂ ଦୁଇ ବିଜ୍ଞାପନ କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 9, 2020

ଟିଆରପି ସ୍କାମ୍: କ୍ରାଇମବ୍ରାଞ୍ଚ ଆଗରେ ହାଜର ହେବେ ରିପବ୍ଲିକ ଟିଭିର ସିଏଫଓ ଏବଂ ଦୁଇ ବିଜ୍ଞାପନ କମ୍ପାନୀ

ମୁମ୍ୱାଇ: ଆଜି କ୍ରାଇମବ୍ରାଞ୍ଚ ଆଗରେ ହାଜର ହେବେ ରିପବ୍ଲିକ ଟିଭିର ସିଏଫଓ (ଚିଫ୍ ଫିନାନଶିଆଲ୍ ଅଫିସର) ଶିବ ସୁନ୍ଦରମ ଏବଂ ଦୁଇ ବିଜ୍ଞାପନ କମ୍ପାନୀର ମୁଖ୍ୟ ଅଧିକାରୀ। ସକାଳ ୧୧ଟାରେ କ୍ରାଇମବ୍ରାଞ୍ଚ ଆଗରେ ଏମାନେ ହାଜର ହେବେ। ଟିଆରପି ସ୍କାମ୍ ନେଇ ବାର୍କ ଦ୍ୱାରା ଏଫଆଇଆର ଦାଖଲ ହୋଇଥିଲା। ଏହାର ତଦନ୍ତ କରି ଜଣେ ଅଭିଯୁକ୍ତର ବୟାନ ଆଧାରରେ ରିପବ୍ଲିକ ଟିଭି ଏବଂ ଦୁଇ ମରାଠୀ ଚାନେଲକୁ ସମନ କରିଛି ମୁମ୍ୱାଇ ପୁଲିସ। ରିପବ୍ଲିକ ଟିଭିକୁ ଛାଡି ଅନ୍ୟ ଦୁଇ ଚାନେଲର ମୁଖ୍ୟ କର୍ତ୍ତୁପକ୍ଷଙ୍କୁ ପୁଲିସ ଗିରଫ କରିସାରିଛି।

ସେପ୍ଟେମ୍ୱର ୯ରେ ପୁଲିସ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା। ହେଲେ ତିନି ଚାନେଲ ବିରୋଧରେ କୌଣସି ମତାମତ ରଖିନଥିଲା। ଏହା ଏକ ବଡ଼ ସ୍କାମ୍ ହୋଇଥିବାରୁ ଗିରଫ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯିବାର ଆବଶ୍ୟକ ରହିଛି ବୋଲି ପୁଲିସ କହିଥିଲା। ଏ ନେଇ ଗିରଫ ଅଭିଯୁକ୍ତଙ୍କ ଓକିଲ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲା।

ସୂଚନାଯୋଗ୍ୟ, ବାର୍କ ଯେଉଁ ଅଭିଯୋଗ ଦାଖଲ କରିଛି ସେଥିରେ ରିପବ୍ଲିକ ଟିଭିର ନାମ ନାହିଁ। ଇଣ୍ଡିଆ ଟୁଡେ ଚ୍ୟାନେଲର ନାଁ ରହିଛି। ହେଲେ ପ୍ରେସ କନଫରେନସର ପୁଲିସ କମିଶନର ଇଣ୍ଡିଆ ଟୁଡେ ବାବଦରେ ଅଭିଯୋଗ ରହିଛି ବୋଲି ମଧ୍ୟ ଥରୁଟିଏ କହି ନାହାନ୍ତି। ଯାହାର ଏଫଆଇଆର କପି ପୁଲିସ ଲୁଚାଇ ରଖିଥିଲା। ତେବେ ରିପବ୍ଲିକ ଟିଭି ଏହି ଅଭିଯୋଗ ପତ୍ରକୁ ଶେୟାର କରିବା ପରେ ଏବେ ମୁମ୍ୱାଇ ପୁଲିସ ଇଣ୍ଡିଆ ଟୁଡେର ମୁଖପାତ୍ର ହୋଇ ରିପବ୍ଲିକ ଟିଭି ବିରୋଧରେ ଚକ୍ରାନ୍ତ କରୁଛି ବୋଲି ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଅନ୍ୟପଟେ ଟିଆରପି ଘୋଟାଲାରେ ଇଣ୍ଡିଆ ପୂର୍ବରୁ ବାର୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇସାରିଛି। ଏ ନେଇ ସେ ପାଞ୍ଚ ଲକ୍ଷ ଟଙ୍କାର ଜୋରିମାନାର ଶିକାର ହୋଇଛି। ଏକ ଓ୍ୱେବସାଇଟ୍ ଏହାର ଖୁଲାସା କରିବା ପରେ ବିଳମ୍ୱିତ ରାତିରେ ଇଣ୍ଡିଆ ଟୁଡେ ମଧ୍ୟ ଏହାକୁ ସ୍ୱୀକାର କରିଛି।

The post ଟିଆରପି ସ୍କାମ୍: କ୍ରାଇମବ୍ରାଞ୍ଚ ଆଗରେ ହାଜର ହେବେ ରିପବ୍ଲିକ ଟିଭିର ସିଏଫଓ ଏବଂ ଦୁଇ ବିଜ୍ଞାପନ କମ୍ପାନୀ appeared first on Odisha Reporter.



from Odisha Reporter https://ift.tt/3iNRK2m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages