ସକାଳୁ ସକାଳୁ ଘରେ ପଶିଗଲା ହାଇଓ୍ୱା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 4, 2020

ସକାଳୁ ସକାଳୁ ଘରେ ପଶିଗଲା ହାଇଓ୍ୱା

କେନ୍ଦୁଝର(ଓଡ଼ିଶା ରିପୋର୍ଟର):ଘର ଭିତରକୁ ଭାରସାମ୍ୟ ହରାଇ ପଶିଗଲା ହାଇଓ୍ୱା। ଏହି ଦୁର୍ଘଟଣାରେ ୩ ଭାଇଭଉଣୀ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଡର୍ବୀ ଛକରେ ଘଟିଛି।

ସୂଚନାଯୋଗ୍ୟ,ଆଜି ଭୋର ସମୟରେ ୩ ଭାଇ ଭଉଣୀ ଘରେ ଶୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଘର ଭିତରକୁ  ପଶିଯାଇଥିଲା। ଫଳରେ ମାଟି କାନ୍ଥ ଭାଇ ଭଉଣୀଙ୍କ ଉପରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇଭଉଣୀଙ୍କ ବାପାମା’ ଅନ୍ୟ ଏକ ରୁମ୍‌ରେ ଶୋଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

ଦୁର୍ଘଟଣା ଘଟାଇ ହାଇଓ୍ୱା ସହ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ସକାଳୁ ସକାଳୁ ଘରେ ପଶିଗଲା ହାଇଓ୍ୱା appeared first on Odisha Reporter.



from Odisha Reporter https://ift.tt/3cXkaWq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages