ସରକାରୀ ହସ୍ପିଟାଲର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ତିଆରି ହେବ ୧୬ଟି ମେଡିକାଲ କଲେଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ସରକାରୀ ହସ୍ପିଟାଲର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ତିଆରି ହେବ ୧୬ଟି ମେଡିକାଲ କଲେଜ

ଅମରାବତୀ: ସରକାରୀ ହସ୍ପିଟାଲର ଉନ୍ନତୀ କରଣ କରି ସମସ୍ତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। କୋଭିଡ୍ ବେଳେ ଦେଶର ସରକାରୀ ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା ପଦାରେ ପଡ଼ିଛି। ଏହାପରେ ଆନ୍ଧ୍ର ପ୍ରଦେଶ ସରକାର ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟାବସ୍ଥାର ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ଆନ୍ଧ୍ରପ୍ରଦେଶ ସରକାର ‘ନାଡୁ-ନେଡୁ’ ଯୋଜନା ଅନୁଯାୟୀ ୧୬ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ସମସ୍ତ ସରକାରୀ ହସ୍ପିଟାଲର ନବୀକରଣ ପାଇଁ ୧୭,୩୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ହସ୍ପିଟାଲରେ ନାଡୁ-ନେଡୁ ଯୋଜନାର ସମୀକ୍ଷା କରି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା ତଥା ଗାଁରେ କ୍ଲିନିକ୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଛନ୍ତି।

ପ୍ରଥମେ ନବୀକରଣ କାର୍ଯ୍ୟ ପାଇଁ ତୁରନ୍ତ ୫,୪୭୨ କୋଟି ଟଙ୍କା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିତ୍ତିଭୂମୀ ଏବଂ ଚିକିତ୍ସାର ଗୁଣବତ୍ତାରେ କୌଣସି ପ୍ରକାର ତ୍ରୁଟି ନରହିବା ଦରକାର ବୋଲି ଜଗନ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ଜାନୁଆରୀ ସୁଦ୍ଧା ନୂଆ ମେଡିକାଲ କଲେଜ ପାଇଁ ଟେଣ୍ଡର ଚୂଡ଼ାନ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ କଲେଜ ନିର୍ମାଣରେ ରାଜ୍ୟ ସରକାର ୭,୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଗାଁରେ ଓ୍ୱାଇଏସଆର ସ୍ୱାସ୍ଥ୍ୟ କ୍ଲିନିକ୍ ତିଆରି ନହେବା ଯାଏ ଆରୋଗ୍ୟଶ୍ରୀ ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ଭାବରେ କ୍ଲିନିକ୍ ସେବା ଯୋଗାଇବାକୁ ସରକାର କହିଛନ୍ତି।

The post ସରକାରୀ ହସ୍ପିଟାଲର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ତିଆରି ହେବ ୧୬ଟି ମେଡିକାଲ କଲେଜ appeared first on Odisha Reporter.



from Odisha Reporter https://ift.tt/3mx2wfV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages