ହାର୍ଟକୁ ସୁସ୍ଥ ରଖେ ରାଶି ଲଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ହାର୍ଟକୁ ସୁସ୍ଥ ରଖେ ରାଶି ଲଡୁ

ଶୀତଦିନେ ଆପଣ ସୁସ୍ଥ ରହିବା ପାଇଁ ସବୁ ପ୍ରକାର ସବୁଜ ପରିବା ଖାଇବା ପାଇଁ ପସନ୍ଦ କରିଥା’ନ୍ତି। କେବଳ ସବୁଜ ପରିବା ନୁହେଁ, ଶୀତଦିନେ ରାଶି ଲଡ଼ୁ ଖାଇବା ମଧ୍ୟ ଶରୀର ପାଇଁ ଭଲ। ଗୁଡ଼ ସହିତ ପ୍ରସ୍ତୁତ ହୋଇଥିବା ରାଶି ଲଡ଼ୁ ସୁସ୍ୱାଦୁ ଲାଗିବା ସହ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ। ଏଥିପାଇଁ ଶୀତଦିନେ ରାଶି ଲଡୁକୁ ଡାଏଟରେ ସାମିଲ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ରାଶି ଲଡୁ ଖାଇଲେ ଶରୀରକୁ ଅନ୍ୟ କେଉଁସବୁ ଫାଇଦା ମିଳିଥାଏ।

୧. ରାଶି ଲଡୁରେ ଅନସାଚୁରେଟେଡ୍ ଫ୍ୟାଟ୍‌ ପ୍ରଚୁର ମାତ୍ରାରେ ରହିଛି। ଏହି ଫ୍ୟାଟ୍‌କୁ ଭଲ ଫ୍ୟାଟ୍‌ ବୋଲି କୁହାଯାଇଥାଏ। ଗୁଡ଼ ହାର୍ଟକୁ ସୁସ୍ଥ ରଖିବା ସହ ଶରୀରରେ ଭଲ କୋଲେଷ୍ଟ୍ରଲ ମଧ୍ୟ ତିଆରି କରିଥାଏ। ଯଦି ଆପଣ ଡାଇବେଟିସ୍‌ ରୋଗୀ ତେବେ ରାଶି ଲଡୁ ନିଶ୍ଚିନ୍ତ ଖାଆନ୍ତୁ।

୨. ଦୁର୍ବଳ ହାଡ଼ତୁ ମଜବୁତ କରିବା ପାଇଁ ରାଶି ଲଡୁ ସାହାଯ୍ୟ କରିଥାଏ। ନିୟମିତ ରାଶି ଲଡୁ ଖାଇଲେ ଶରୀରରେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ। ଏଥିପାଇଁ ମହିଳାମାନଙ୍କୁ ରାଶି ଲଡୁ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

୩. ରାଶିରେ କପର୍‌, ଜିଙ୍କ୍‌, ଆଇରନ୍‌, ଭିଟାମିନ୍‌ ବି୬, ଭିଟାମିନ୍‌-ଇ ଓ ସେଲେନିୟମ୍‌ ପରି ପୋଷକ ତତ୍ତ୍ୱ ରହିଛି। ଆହୁରି ମଧ୍ୟ ରାଶି ଖାଇଲେ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ।

୪. ତ୍ୱଚା ଲାଲ୍‌ ପଡ଼ିବା ଓ ଶରୀରରେ ହେଉଥିବା ଜଳାପୋଡ଼ାକୁ କମ୍‌ କରିବା ପାଇଁ ରାଶି ସାହାଯ୍ୟ କରିଥାଏ। ତେବେ ଜଳାପୋଡ଼ା କମ୍‌ କରିବା ପାଇଁ ରାଶି ଲଡୁ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

The post ହାର୍ଟକୁ ସୁସ୍ଥ ରଖେ ରାଶି ଲଡୁ appeared first on Odisha Reporter.



from Odisha Reporter https://ift.tt/35M4xOn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages