ନଭେମ୍ୱର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ନଭେମ୍ୱର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା(ମାଣିକଲାଲ ପାଣି): ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର। ନଭେମ୍ବର ୧ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା।

ଶିମିଳିପାଳ ଅଭୟାରଣ୍ୟ ଖୋଲିଲେ ପ୍ରତିଥର ଭଳି ବାରିପଦା ପିଠାବଟା ଗେଟ୍‌ ପଟୁ ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ପ୍ରବେଶ କରିପାରିବ। ସେହିପରି ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡିକୁ ଅନୁମତି ଦିଆଯିବ। ପ୍ରତିଦିନ ସକାଳ ୬ଟା ରୁ ୯ ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ବରେହିପାଣିକୁ ମିଶାଇ ଗୁଡୁଗୁଡ଼ିଆ, ରାମତୀର୍ଥ, କୁମାରୀ, ଜାମୁଆଣିଠାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ଯାପନ ବ୍ୟବସ୍ଥା କରାଯାଇଛି।

ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ www.ecotourodisha.com ରେ ଇ-ମେଲ ମାଧ୍ୟମରେ ଅଗ୍ରୀମ ବୁକିଙ୍କ କରି ପାରିବେ। ଅଭୟାରଣ୍ୟରେ ଭ୍ରମଣ ବେଳେ ପର୍ଯ୍ୟଟକମାନେ ସାନିଟାଇଜ ଓ ମାକ୍ସ ପିନ୍ଧିବା ସହ Covid 19 କୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି।

The post ନଭେମ୍ୱର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ appeared first on Odisha Reporter.



from Odisha Reporter https://ift.tt/2TwIky8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages