ଭୟଙ୍କର ଭିଡିଓ: କଲେଜ ସାମ୍ନାରେ ଛାତ୍ରୀଙ୍କୁ ଗୁଳି କଲା ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ଭୟଙ୍କର ଭିଡିଓ: କଲେଜ ସାମ୍ନାରେ ଛାତ୍ରୀଙ୍କୁ ଗୁଳି କଲା ଯୁବକ

ଫରିଦାବାଦ: ସ୍ପଷ୍ଟ ଦିବାଲୋକରେ ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କୁ ତାଙ୍କ କଲେଜ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ଯୁବକ ଛାତ୍ରୀ ଜଣଙ୍କୁ ପ୍ରଥମେ କାର୍‌ରେ ଜୋରଜବରଦସ୍ତ ବସାଇବାକୁ ଚେଷ୍ଟା କରି ବିଫଳ ହେବାରୁ ତାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଦେଇଛି। ଏହି ଭୟଙ୍କର ଗୁଳିକାଣ୍ଡର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ହରିଆଣାର ଫରିଦାବାଦ ଜିଲ୍ଲା ବଲ୍ଲଭଗଡ଼ ନିକଟରେ ଘଟିଥିବା ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି।

ଅପରାହ୍ନ ୪.୩୦ରେ ଘଟଣାଟି ଘଟିଛି। ମୃତ ଛାତ୍ରୀ ଜଣଙ୍କ ନାଁ ନିକିତା ତୋମାର। ସେ ସୋମବାର ପରୀକ୍ଷା ଦେବାକୁ କଲେଜ ଯାଇଥିଲେ। ସେ ପରୀକ୍ଷା ଦେଇ କଲେଜରୁ ବାହାରିବାକୁ ଥିବାରୁ ଅଭିଯୁକ୍ତ ତୌସୀଫ ଓ ରେହାନ ପୂର୍ବରୁ ହିଁ କାର ଧରି ବାହାରେ ଅପେକ୍ଷା କରିଥିଲେ।

ନିକିତା ଓ ତୌସୀଫ ପରସ୍ପରକୁ ଭଲ ଭାବେ ଜାଣିଥିଲେ। ୨୦୧୮ରେ ତୌସୀଫ ଥରେ ନିକିତାଙ୍କୁ ଅପହରଣ କରିଥିଲା। ତେବେ ପରବର୍ତ୍ତୀ ସମୟରେ ମାମଲାର ଆପୋଷ ବୁଝାମଣା ହୋଇଯାଇଥିଲା।


ସୋମବାର ନିକିତା ତାଙ୍କ ସାଙ୍ଗ ସହ କଲେଜରୁ ବାହାରି କାର୍‌ ପାଖରେ ପହଞ୍ଚିଥିଲେ। ଏହି ସମୟରେ ତୌସୀଫ ଛାତ୍ରୀ ନିକିତାଙ୍କୁ କାର୍‌ରେ ବସାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ପ୍ରତିବାଦ କରିବାରୁ ତୌସୀଫ ନିଜ ପାଖରେ ରଖିଥିବା ବନ୍ଧକରୁ ନିକିତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଗୁଳି କରିବା ବେଳେ ରାସ୍ତାରେ ଗାଡ଼ି ମଟର ଓ ଲୋକ ଯିବା ଆସିବା କରୁଥିଲେ। ହେଲେ କେହି ବି ପ୍ରତିବାଦ କରି ନଥିଲେ। ଗୁଳି କରିବା ପରେ ତୌସୀଫ ଓ ରେହାନ ଘଟଣାସ୍ଥଳରୁ କାର୍‌ ଧରି ଫେରାର ହୋଇଯାଇଥିଲେ। ନିକିତାଙ୍କୁ ତାଙ୍କ ବାନ୍ଧବୀଙ୍କ ସହାୟତାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାକୁ ବିରୋଧ କରି ନିକିତାଙ୍କୁ ନ୍ୟାୟ ଦାବିରେ ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଘଟଣାର ୨୦ ଘଣ୍ଟା ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ତୌସୀଫକୁ ଗିରଫ କରିଛି। ହେଲେ ଏବେ ବି ତା’ ସହଯୋଗୀ ରେହାନ ଫେରାର ରହିଛି।

The post ଭୟଙ୍କର ଭିଡିଓ: କଲେଜ ସାମ୍ନାରେ ଛାତ୍ରୀଙ୍କୁ ଗୁଳି କଲା ଯୁବକ appeared first on Odisha Reporter.



from Odisha Reporter https://ift.tt/3jBMoYy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages