ରୋହିତ୍‌ଙ୍କୁ ପଛରେ ପକାଇ ପୁଣି ଟପ୍‌ରେ ଆୟର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

ରୋହିତ୍‌ଙ୍କୁ ପଛରେ ପକାଇ ପୁଣି ଟପ୍‌ରେ ଆୟର୍

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣର ୩୦ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରେୟସ ଆୟରଙ୍କ ଦିଲ୍ଲୀ ଟିମର ୧୨ ପଏଣ୍ଟ ହୋଇଛି ଏବଂ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହଟାଇ ପଏଣ୍ଟ ଟେବଲର ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି। ମ୍ୟାଚରେ ଦିଲ୍ଲୀ ୭ ୱିକେଟରେ ୧୬୧ ରନ୍ କରିଥିଲା। ଜବାବରେ ରାଜସ୍ଥାନ ଟିମ୍ ୮ ୱିକେଟରେ ୧୪୮ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଦୁଇଟି ମ୍ୟାଚରେ ଦମଦାର ବ୍ୟାଟିଂ କରି ନିଜ ଟିମକୁ ଜିତାଇଥିବା ରାହୁଲ୍ ତେୱାତିଆ ଏହି କିଛି କମାଲ୍ କରିପାରିନଥିଲେ। ସେ ୧୮ ବଲରେ ମାତ୍ର ୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀକୁ ଶେଷ ଓଭରରେ ୨୨ ରନ୍ ଆବଶ୍ୟକ ହେଉଥିବା ବେଳେ ତୁଷାର ଦେଶପାଣ୍ଡେ ଚମତ୍କାର ବୋଲିଂ କରି ମାତ୍ର ୮ ରନ୍ ଦେଇଥିଲେ। ରାଜସ୍ଥାନ ପକ୍ଷରୁ ଓପନିଂ କରିଥିବା ବେନ୍ ଷ୍ଟୋକ୍ସ ଓ ଜୋସ ବଟଲର୍ ଭଲ ଷ୍ଟାର୍ଟ କରିଥିଲେ। ବଟଲର୍ ମାତ୍ର ୯ ବଲରେ ୨୨ ରନ୍ କରି ଆନରିଚ୍ ନର୍ଜେଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିବା ବେଳେ ଷ୍ଟୋକ୍ସଙ୍କୁ ଡେବ୍ୟୁଟାଣ୍ଟ ତୁଷାର ପ୍ୟାଭିଲିୟନ୍ ପଠାଇଥିଲେ।

କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ (୧) ନିରାଶ କରିଥିବା ବେଳେ ସଞ୍ଜୁ ସାମସନ୍ (୨୫) ଓ ରବିନ୍ ଉଥାପ୍ପା (୩୨) ଭଲ ଖେଳିଥିଲେ ହେଁ ଟିମକୁ ବିଜୟୀ କରାଇପାରିନଥିଲେ। ଦିଲ୍ଲୀ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ନର୍ଜେ ଓ ତୁଷାର ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା, ଆର୍. ଅଶ୍ୱିନ୍ ଓ ଅକ୍ଷର ପଟଲେ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମ ବଲରେ ଝଟକା ଲାଗିଥିଲା। ଇନଫର୍ମ ଓପ୍ନର ପୃଥ୍ୱୀ ଶ’ ଖାତା ଖୋଲିବା ପୂର୍ବରୁ ଜୋଫ୍ରା ଆର୍ଚରଙ୍କ ବଲରେ ବୋଲ୍ଡ ହୋଇଥିଲା। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଭିଜ୍ଞ ଆଜିଙ୍କ୍ୟ ରାହାଣେ (୨) ମଧ୍ୟ କିଛି ଖାସ୍ କରିପାରିନଥିଲେ। ତେବେ ଶିଖର ଧୱନ୍ ଓ କ୍ୟାପଟେନ୍ ଆୟରଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ଦିଲ୍ଲୀ ୧୬୧ ରନର ସମ୍ମାନଜନକ ସ୍କୋର କରିପାରିଥିଲା। ଧୱନ୍ ୩୩ ବଲରେ ୬ ଚୌକା ଓ ୨ ଛକା ସହ ୫୭ ଓ ଆୟର୍ ୫୩ (୪୩ ବଲ୍, ୩ ଚୌକା, ୨ ଛକା) ରନ୍ କରିଥିଲେ। ମାର୍କସ୍ ଷ୍ଟୋଇନିସ୍ ୧୮, ଆଲେକ୍ସ କ୍ୟାରୀ ୧୪ ଓ ଅକ୍ଷର ପଟେଲ୍ ୭ ରନର ଯୋଗଦାନ କରିଥିଲେ। ରାଜସ୍ଥାନ ପକ୍ଷରୁ ଆର୍ଚର୍ ୩ଟି ଓ ଜୟଦେବ ଉନାଦକତ୍ ୨ଟି ୱିକେଟ୍ ନେଇଥିଲେ।

The post ରୋହିତ୍‌ଙ୍କୁ ପଛରେ ପକାଇ ପୁଣି ଟପ୍‌ରେ ଆୟର୍ appeared first on Odisha Reporter.



from Odisha Reporter https://ift.tt/2FsKLhM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages