କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା

ମୁମ୍ୱାଇ: ଟ୍ୱିଟ୍ କରି ବିଭିନ୍ନ ପ୍ରସଙ୍ଗରେ ରୋକଠୋକ୍ ଜବାବ ଦିଅନ୍ତି ବଲିଉଡର ‘କୁଇନ୍’ କଙ୍ଗନା ରଣାଓ୍ୱତ୍। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମମାଲା ହେଉ ଅବା ମହାରାଷ୍ଟ୍ର ସରକାର ଟ୍ୱିଟ୍ ଜରିଆରେ ନିଜର ରୋକଠୋକ୍ ମତାମତ ପାଇଁ କଙ୍ଗନା ଏବେ ଚର୍ଚ୍ଚାରେ। ମହାରାଷ୍ଟ୍ର ସରକାର ବିରୋଧରେ ନିଜର ମନ୍ତବ୍ୟ ଦେଇ ବିଏମସି ଦ୍ୱାରା ସଜା ମଧ୍ୟ ପାଇସାରିଛନ୍ତି କଙ୍ଗନା। କାରଣ ତାଙ୍କ ଅଫିସର କିଛି ଅଂଶକୁ ବେଆଇନ୍ କହି ବିଏମସି ଭାଙ୍ଗି ଦେଇଥିଲା। ଆଉ କୋର୍ଟ ବିଏମସିକୁ ସମାଲୋଚନା କରିବା ପରେ ଏହାର ଖୁସି ମଧ୍ୟ ମନାଇ ସାରିଛନ୍ତି କଙ୍ଗନା।  ତେବେ ଏହାରି ଭିତରେ ଆଉ ଏକ ଟ୍ୱିଟ୍ କରିଛନ୍ତି। ଯାହାକି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ମଧ୍ୟ ତାଙ୍କର ଏହି ଟ୍ୱିଟ୍ ପୋଷ୍ଟକୁ ପସନ୍ଦ ମଧ୍ୟ କରିଛନ୍ତି।

କଙ୍ଗନା ରଣାଓ୍ୱତ ଏବେ ତାଙ୍କର ଆଗାମୀ ସିନେମା ‘ଥାଲାଇଭା’ ବାବଦରେ ବିଭିନ୍ନ ପୋଷ୍ଟ କରୁଛନ୍ତି। ଏହି ଫିଲ୍ମଟି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏବଂ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଜୟଲଳିତାଙ୍କ ଅଭିନେତ୍ରୀ-ନେତା ଆଦି ପ୍ରତ୍ୟେକ ଚରିତ୍ର ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ଜରିଆରେ ପୁଣି ଥରେ ଲୋକମାନେ ଜୟଲଳିତାଙ୍କୁ ଦେଖିପାରିବେ। ଏହି ସିନେମା ପାଇଁ କଙ୍ଗନା ୨୦ କିଲୋଗ୍ରାମ ଓଜନ ବଢ଼ାଇଥିଲେ। ଏବେ ସେ କମାଉଛନ୍ତି।

କଙ୍ଗନା ରଣାଓ୍ୱତ ଏବେ ଯେଉଁ ଟ୍ୱିଟ୍ କରିଛନ୍ତି ସେହି ଫଟୋରେ ସେ ବେଡରେ ବସିଛନ୍ତି ଏବଂ ତାଙ୍କ ସାମ୍ନାରେ ଟେବୁଲ ଉପରେ ଖାଇବା ରହିଛି। ଆଉ ସେହି ଖାଇବା ଦେଖିବା ପରେ ଯିଏ ବି ଦେଖିବ ପାଟିରେ ପାଣି ଆସିଯିବ।

କଙ୍ଗନା ରଣାଓ୍ୱତ ସେଥିରେ ଲେଖିଛନ୍ତି ଓଜନ ବଢ଼ାଇବାରେ ମଜା ଏବଂ କମାଇବା ବେଳେ ସଜା। କଙ୍ଗନା ଏଭଳି ଲେଖିବାର କାରଣ ତାଙ୍କ ଆଗରେ ସ୍ୱାଦିଷ୍ଟ ଖାଦ୍ୟ ରହିଛି। ହେଲେ ଓଜନ କମାଇବାକୁ ଯାଇ ଲୋଭ ଥିଲେ ମଧ୍ୟ ଅଣଦେଖା କରିବାକୁ ପଡ଼ୁଛି। ଅର୍ଥାତ୍ ଲୋଭ ଥିଲେ ମଧ୍ୟ ସଂଯମତା ରଖିବାକୁ ପଡୁଛି। ଯାହାକୁ ସଜା ବୋଲି କହିଛନ୍ତି କଙ୍ଗନା।

The post କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା appeared first on Odisha Reporter.



from Odisha Reporter https://ift.tt/343UJ2V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages