ନୂଆଦିଲ୍ଲୀ : ଆଜି ଅକ୍ଟୋବର ୨, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥି। ୧୮୬୯ ମସିହା ଅକ୍ଟୋବର ମାସ ଆଜିର ଦିନରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ।
ବାପୁ ସତ୍ୟ ଓ ଅହିଂସାର ପୂଜାରୀ ଥିଲେ। ସାରା ବିଶ୍ୱରେ ତାଙ୍କୁ ଅହିଂସାରେ ପ୍ରତୀକ ଭାବରେ ଜଣାଯାଇଥାଏ। ସତ୍ୟର ସନ୍ଧାନରେ ସେ ତାଙ୍କର ପୂରା ଜୀବନକୁ ସମର୍ପଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ବିଚାର କେବଳ ଦେଶ ନୁହେଁ, ସାରା ବିଶ୍ୱର ଲୋକଙ୍କୁ ପ୍ରେରିତ କରିଥାଏ। ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ଗାନ୍ଧୀଙ୍କର କିଛି ବିଚାର ବିଷୟରେ ଜାଣିବା।
୧. ପ୍ରଥମେ ସେମାନେ ଆପଣଙ୍କୁ ଅଣଦେଖା କରିବେ, ଏହାପରେ ଆପଣଙ୍କ ଉପରେ ହସିବେ, ପୁଣି ଆପଣଙ୍କ ସହ ଲଢ଼େଇ କରିବେ, ସେବେଠାରୁ ହିଁ ଆପଣ ଜିତିଯିବେ।
୨. ଗୋଟିଏ ରାଷ୍ଟ୍ରର ସଂସ୍କୃତି ଲୋକଙ୍କ ମନ ଓ ଆତ୍ମାରେ ବାସ କରିଥାଏ।
୩. ଏପରି ବଞ୍ଚନ୍ତୁ ଯେପରି କାଲି ଆପଣଙ୍କୁ ମରିବାର ଅଛି ଏବଂ ଏମିତି ଶିଖନ୍ତୁ ଯେପରି ଆପଣଙ୍କୁ ସବୁବେଳେ ଜୀବିତ ରହିବାକୁ ପଡ଼ିବ।
୪. କୌଣସି ଦେଶର ମହାନତା ଓ ଏହାର ନୈତିକ ଉନ୍ନତିର ଆଭାସ ଆମେ ସେଠାରେ ଥିବା ପଶୁ ସହିତ ହେଉଥିବା ବ୍ୟବହାରଠାରୁ ଜାଣିପାରିବା।
୫. ଆପଣ ଯାହା ବି କରନ୍ତି, ସେହି କାମ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ କିଛି କରନ୍ତୁ।
୬. ଜଣେ ଭୀରୁ ପ୍ରେମ କରିପାରିବ ନାହିଁ, ଏହା ଜଣେ ସାହସୀର ଲକ୍ଷଣ।
୭. ପ୍ରସନ୍ନତା ହିଁ ଏକମାତ୍ର ଏପରି ଇତର ଯାହାକୁ ଆପଣ ଅନ୍ୟ ଉପରେ ଛିଞ୍ଚିଥା’ନ୍ତି, ତେବେ କିଛି ବୁନ୍ଦା ଆପଣଙ୍କ ଉପରେ ବି ପଡ଼ିଥାଏ।
The post ଗୋଟିଏ ରାଷ୍ଟ୍ରର ସଂସ୍କୃତି ଲୋକଙ୍କ ମନ ଓ ଆତ୍ମାରେ ବାସ କରିଥାଏ: ଗାନ୍ଧୀ appeared first on Odisha Reporter.
from Odisha Reporter https://ift.tt/2GwZ1GI
No comments:
Post a Comment