ଲାଲ୍‌ବାହିନୀର ତାଣ୍ଡବ ଲୀଳା; ଜାଳିଦେଲେ ମୋବାଇଲ ଟାୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 1, 2020

ଲାଲ୍‌ବାହିନୀର ତାଣ୍ଡବ ଲୀଳା; ଜାଳିଦେଲେ ମୋବାଇଲ ଟାୱାର

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି- ଛତିଶଗଡ ସୀମାନ୍ତରେ ପୁଣିଥରେ ଦେଖିବାକୁ ମିଳିଛି ଲାଲ୍ ବାହିନୀର ତାଣ୍ଡବ ଲୀଳା । ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା BSNL ମୋବାଇଲ ଟାୱାରକୁ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍‌ବାହିନୀ ।

ପ୍ରାୟ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ୱଂସ କରିବା ସହ ରାଜରାସ୍ତା ଉପରେ ପଥର ଓ  ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ ।

ଆଜି ସକାଳେ ସିଆରପିଏଫ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଠାରୁ ମାତ୍ର କିଛି କିଲୋମିଟର ଦୂର ଜାତୀୟ ରାଜପଥ ଉପରେ  ନକ୍ସଲମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଯାହାକୁ ନେଇ ସୀମାନ୍ତରେ ପୁଣି ଥରେ ଭୟର ବାତାବରଣ ଦେଖିବାକୁ ମିଳିଛି।

The post ଲାଲ୍‌ବାହିନୀର ତାଣ୍ଡବ ଲୀଳା; ଜାଳିଦେଲେ ମୋବାଇଲ ଟାୱାର appeared first on Odisha Reporter.



from Odisha Reporter https://ift.tt/3iov8FJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages