ମୁମ୍ବାଇ: ବଲିଉଡରେ ଇଚ୍ଛାଧାରୀ ନାଗୁଣୀ କଣ୍ଟେଣ୍ଟ ବହୁତ ପୁରୁଣା। ରେଖା, ଶ୍ରୀଦେବୀଙ୍କ ଭଳି ଅନେକ ସଫଳ ଅଭିନେତ୍ରୀଙ୍କୁ ହିନ୍ଦୀ ଚଳଚ୍ଚିତ୍ରରେ ନାଗୁଣୀ ଭୂମିକାରେ ଦେଖିବାକୁ ମିଳିଛି। ଆଉ ସବୁବେଳେ ଏହି ସୁନ୍ଦରୀ ନାଗୁଣୀମାନଙ୍କୁ ହିନ୍ଦୀ ଚଳଚ୍ଚିତ୍ରପ୍ରେମୀମାନେ ପସନ୍ଦ ମଧ୍ୟ କରିଆସିଛନ୍ତି।
80 ଦଶକରେ ଶ୍ରୀଦେବୀ ନାଗୁଣୀ ସାଜି ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ତେବେ ବର୍ତ୍ତମାନ ପୁଣି ନାଗୁଣୀ ଟ୍ରେଣ୍ଡ୍ ବଲିଉଡକୁ ଫେରୁଛି। ଏଥର ନାଗୁଣୀ ଅବତାରରେ ନଜରକୁ ଆସିବେ ସୁନ୍ଦରୀ ଶ୍ରଦ୍ଧା କପୁର। ସେ ପ୍ରଥମଥର ପାଇଁ ସିଲଭରସ୍କ୍ରିନରେ ନାଗୁଣୀ ହୋଇ ନଜରକୁ ଆସିବେ।
ଶ୍ରଦ୍ଧା କପୁରଙ୍କ ଏକ ନୂଆ ପ୍ରୋଜେକ୍ଟ ସାଇନ୍ କରିଛନ୍ତି, ଯାହାର ନାଁ ହେଲା ‘ନାଗିନ୍’। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବିଶାଲ୍ ଫୁରିଆ ନେଇଥିବା ବେଳେ ଫିଲ୍ମଟି ତିନୋଟି ଭାଗରେ ସିରିଜ୍ ଭଳି ରିଲିଜ୍ କରାଯିବ। ଏନେଇ ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ସୂଚନା ଦେଇଛନ୍ତି।
ତରଣ ସୋଶାଲ ମିଡିଆରେ ଲେଖିଛନ୍ତି ଯେ, ଶ୍ରଦ୍ଧା ଇଚ୍ଛାଧାରୀ ନାଗୁଣୀ ହୋଇ ନଜରକୁ ଆସିବେ। ଫିଲ୍ମଟି ତିନୋଟି ପାର୍ଟରେ ରିଲିଜ୍ କରାଯିବ। ଏହାର ନିର୍ଦ୍ଦେଶନା ବିଶାଲ ଫୁରିଆ ଦେଉଥିବା ବେଳେ ନିଖିଲ ଦ୍ୱିବେଦୀ ଏହାର ପ୍ରଯୋଜକ ରହିଛନ୍ତି। ଏହା ପୂର୍ବରୁ ରୀନା ରାୟ, ଶ୍ରୀଦେବୀ ଏବଂ ରେଖା ମଧ୍ୟ ଇଚ୍ଛାଧାରୀ ନାଗୁଣୀ ଭୂମିକାରେ ନଜରକୁ ଆସିସାରିଛନ୍ତି ବୋଲି ତରଣ ଲେଖିଛନ୍ତି।
ସୂଚନା ଯେ, ଏହା ପୂର୍ବରୁ ଶ୍ରଦ୍ଧା ଭୂତୁଣୀ ହୋଇ ସ୍ତ୍ରୀ ଫିଲ୍ମରେ ନଜରକୁ ଆସିଥିଲେ। ଫିଲ୍ମଟି ଖୁବ୍ ହିଟ୍ ହୋଇଥିଲା। ଏବେ ସେ ନାଗୁଣୀ ହୋଇ ଅଭିନୟ କରିବେ ବୋଲି ଜଣାପଡ଼ିବା ପରେ ଫ୍ୟାନମାନେ ଖୁବ୍ ଉତ୍ସାହିତ ଅଛନ୍ତି।
The post ଇଚ୍ଛାଧାରୀ ନାଗୁଣୀ ହୋଇ ଆସୁଛନ୍ତି ଶ୍ରଦ୍ଧା appeared first on Odisha Reporter.
from Odisha Reporter https://ift.tt/3oAksrB
No comments:
Post a Comment