ଆଗ୍ରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହିଳା ନିଜର ସମସ୍ୟା ଜଣାଇଥିଲେ। ସମସ୍ୟା ଜଣାଇବାର ତିନି ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ସମସ୍ୟାର ସମାଧାନ କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ସ୍ୱନିଧି ଯୋଜନା ପ୍ରସଙ୍ଗରେ ଆଗ୍ରା ଜିଲ୍ଲାର ମହିଳାଙ୍କ ସହ କଥା ହେଉଥିଲେ। ଏହି ସମୟରେ ଆଗ୍ରାର ପ୍ରୀତି ପାଠକ ନାମକ ମହିଳା ନରେନ୍ଦ୍ର ମୋଦିଙ୍କୁ ନିଜର ସମସ୍ୟା ଜଣାଇଥିଲେ।
ସେ କହିଥିଲେ ତାଙ୍କ ସ୍ୱାମୀଙ୍କର ପାଦରେ ସମସ୍ୟା ରହିଛି। ସେ ପାଇଁ ତାଙ୍କ ପରିବାର ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ତାଙ୍କ ସ୍ୱାମୀ ଫଳ ଦୋକାନୀ। ଲକଡାଉନ୍ ବେଳେ ଅର୍ଥ ଅଭାବ ହେବାରୁ ସ୍ୱନିଧି ଯୋଜନାରେ ୧୦ ହଜାର ଟଙ୍କା ଋଣ ନେଇଥିଲେ। ଏବେ ବ୍ୟବସାୟ ପୁଣିଥରେ ଆରମ୍ଭ ହୋଇଛି ବୋଲି ପ୍ରୀତୀ ମୋଦିଙ୍କୁ କହିଥିଲେ।
#AatmaNirbharVendor https://t.co/M3cCl3Qx4g
— Prabhu N Singh (@PrabhuNs_) October 27, 2020
ଏହାପରେ ସ୍ଥାନୀୟ ଜିଲ୍ଲାପାଳ, ତହସିଲଦାର ସମେତ ବରିଷ୍ଠ ଅଧିକାରୀ ମାନେ ପ୍ରୀତିଙ୍କ ଘରେ ପହଞ୍ଚିଥିଲେ। ଏନେଇ ଆଗ୍ରା ଜିଲ୍ଲାର ପ୍ରଭୁ ଏନ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
The post ମୋଦିଙ୍କୁ ସମସ୍ୟା ଜଣାଇବାର ତିନି ଘଣ୍ଟା ମଧ୍ୟରେ ପ୍ରୀତିଙ୍କ ଘରକୁ ଆସିଲେ ଜିଲ୍ଲାପାଳ appeared first on Odisha Reporter.
from Odisha Reporter https://ift.tt/3oBBDJp
No comments:
Post a Comment