କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ କୁଳପତି ଓ କୁଳସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 11, 2020

କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ କୁଳପତି ଓ କୁଳସଚିବ

ବାରିପଦା (ଓଡ଼ିଶା ରିପୋର୍ଟର): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଏବଂ କୁଳସଚିବ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏହି କାରଣରୁ କୁଳପତି ଓ କୁଳସଚିବଙ୍କ ନାଁରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। କୋଭିଡ ଆଇନ୍ ଉଲଂଘନ ଅଭିଯୋଗରେ ଜଣେ ଛାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଗତ ୪ ଦିନ ଧରି ଛାତ୍ରମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ରିଆଡମିଶନ୍ ଫି ଛାଡ ଦାବିରେ ଅନଶନ କରିଥିଲେ। ଭିସି ଏବଂ ରେଜିଷ୍ଟ୍ରାର ଛାତ୍ରମାନଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ। ତେବେ ଏହି ସମୟରେ ଉଭୟ ଭିସି ଓ ରେଜିଷ୍ଟ୍ରାର ମାସ୍କ ପିନ୍ଧି ନ ଥିଲେ ଏବଂ ସାମାଜିକ ଦୂରତା ବଜାୟ ରଖିନଥିଲେ ବୋଲି ଅଭିଯୋଗ କରି ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଚିତେଶ୍ୱର ବେହେରା ଥାନାରେ ଏତଲା କରିଛନ୍ତି।

କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ ଏବଂ ରେଜିଷ୍ଟ୍ରାର ପ୍ରଫେସର ପ୍ରମୋଦ ଶତପଥୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏପିଡେମିକ୍ ଆକ୍ଟରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଛାତ୍ରମାନେ ମଧ୍ୟ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଯୋଗୁଁ କର୍ତ୍ତୃପକ୍ଷ ଛାତ୍ରମାନଙ୍କ ନାଁରେ ଥାନା ରେ ପାଲଟା ଅଭିଯୋଗ କରିଛନ୍ତି।

The post କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ କୁଳପତି ଓ କୁଳସଚିବ appeared first on Odisha Reporter.



from Odisha Reporter https://ift.tt/2Ik8MJ5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages