ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ସେହିପରି ଦେଶରେ ସୁସ୍ଥ ସଂଖ୍ୟା ଦ୍ରୁତ ଗତିରେ ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୭୪,୩୮୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଛି। ଏବେ ଦେଶରେ ମୋଟ ୭୦,୫୩,୮୦୭ ପଜିଟିଭ୍ ମାମଲା ରହିଛି। ତେବେ ଆଶ୍ୱସ୍ତିକର କଥା ହେଉଛି, ଦେଶରେ କରୋନା ସୁସ୍ଥ ସଂଖ୍ୟାରେ ନିୟମିତ ବୃଦ୍ଧି ହେଉଛି।
ଗତ ୨୪ ଘଣ୍ଟା ଭିତରେ ୮୯,୧୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ ୬୦,୭୭,୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧,୦୮ ,୩୩୪ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏବେବି ୮,୬୭,୩୩୪ ଆକ୍ଟିଭ୍ ମାମଲା ରହିଛି।
ଦେଶରେ ରିକଭରୀ ହାର ୮୬.୧୬ ପ୍ରତିଶତରେ ପହଞ୍ଚିଛି। ସେହିପରି ପଜିଟିଭ୍ ରେଟ୍ ୬.୮୯ ପ୍ରତିଶତ ରହିଥିବା ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି। ଅକ୍ଟୋବର ୧୦ ତାରିଖରେ ୧୦,୭୮,୫୪୪ କରୋନା ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୮,୬୮,୭୭,୭୪୨ ସାମ୍ପଲ ଟେଷ୍ଟ କରାଯାଇଛି।
The post ୬୦ଲକ୍ଷ ଟପିଲା କରୋନା ସୁସ୍ଥ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/36Tl8Cg
No comments:
Post a Comment