ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର (୨୫ ଅକ୍ଟୋବର)ର କୋଭିଡ୍-୧୯ ରିପୋର୍ଟ ଆଜି ଆସିଛି। ଏଥିରେ ୧୪୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ଅନୁଗୋଳ ଜିଲ୍ଲାରେ। ଏହି ଜିଲ୍ଲାରୁ ୧୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବହୁତ ଦିନ ହୋଇଗଲାଣି ଏହି ତାଲିକାର ଶୀର୍ଷରେ ଖୋର୍ଦ୍ଧା ରହିଆସୁଥିବା ବେଳେ ଆଜି ଏହା ୩ ନମ୍ବରକୁ ଖସି ଆସିଛି। ଆଜିର ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧାରେ ୧୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ମୟୂରଭଞ୍ଜ ଜିଲ୍ଲା। ଏଠାରୁ ୧୧୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି କଟକରୁ ୧୦୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮୪ ଜଣ, କେନ୍ଦୁଝରରୁ ୮୭ ଓ ସୁନ୍ଦରଗଡ଼ରୁ ୯୦ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳରେ ଗତକାଲି ୧୦୦ ଜଣ ଚିହ୍ନଟ ହୋଇଥିବା ବେଳେ ତା’ପୂର୍ବଦିନ ୮୩ ଜଣ ଚିହ୍ନଟ ହୋଇଥିଲେ। ତା’ପୂର୍ବରୁ ଏହି ଜିଲ୍ଲାରେ ଗତ ସପ୍ତାହରେ ଯଥାକ୍ରମେ ୧୧୯, ୧୦୯, ୧୨୦, ୧୦୬ ଓ ୧୦୭ ଜଣ ଚିହ୍ନଟ ହୋଇଥିଲେ।
ଅନ୍ୟପକ୍ଷରେ ଗତକାଲି ଖୋର୍ଦ୍ଧାରୁ ୧୫୮ ଜଣ ଚିହ୍ନଟ ହୋଇଥିବା ବେଳେ ତା’ପୂର୍ବଦିନ ୧୮୩ ଜଣ ଚିହ୍ନଟ ହୋଇଥିଲେ।
ସୂଚନାଯୋଗ୍ୟ, ଧୀରେ ଧୀରେ ରାଜ୍ୟରେ କରୋନା ଗ୍ରାଫ୍ ତଳକୁ ତଳକୁ ଖସୁଛି। ଅକ୍ଟୋବର ୧୯ ତାରିଖରୁ ଲଗାତାର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅକ୍ଟୋବର ୧୮ ତାରିଖରେ ଆସିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଆଉ ଏହି ସଂଖ୍ୟା ୨ ହଜାର ଅତିକ୍ରମ କରି ନାହିଁ। ୧୯ ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟା ଯଥାକ୍ରମେ- ୧୯୮୨, ୧୯୦୪, ୧୯୩୧, ୧୯୧୩, ୧୭୯୩, ୧୬୯୫, ୧୬୩୩ ଓ ୧୪୮୦ ରହିଛି।
The post ଖୋର୍ଦ୍ଧାକୁ ଟପିଲା ଅନୁଗୋଳ appeared first on Odisha Reporter.
from Odisha Reporter https://ift.tt/3dVxzyK
No comments:
Post a Comment