ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କଚେଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀ ମୃତ୍ୟୁ ବରଣ କରିଛନ୍ତି। ସେହିପରି ମା’ ଓ ଅନ୍ୟ ଜଣେ ଝିଅ ଗୁରୁତର ଅଛନ୍ତି।
ଉଭୟ ମା’ ଓ ଝିଅ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକ ମାନେହେଲେ ସୁକାନ୍ତି ମାଡ଼ି ୧୨ ,ସୀତାରାମ ମାଡ଼ି ୭, ଅଞ୍ଜଳି ମାଡ଼ି ୩। ଗୁରୁତର ଅବସ୍ଥାରେ ମା’ ଭିମେ ମାଡି ଓ ୩ ବର୍ଷର ମାଳତୀ ମାଡି ଏବେ ଚିକିତ୍ସିତ ହେଉଛନ୍ତି।
ଖବର ପାଇ କଚେଲି ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଅରମ୍ଭ କରିଛି। ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ ଏଭଳି ଝଡା ବାନ୍ତି ହେବା ସହ ମୃତ୍ୟୁ ହୋଇଥିବା ଅନୁମାନ କରୁଛି ଡାକ୍ତରୀ ଟିମ। ଏହି ଘଟଣା ପରେ ସେହି ଗାଁ ରେ ଶୋକାକୁଳ ପରିବେଶ କେଳିଯାଇଛି।
The post ଦୁଃଖଦ ଖବର, ଆଖି ବୁଜିଲେ ୩ ଭାଇଭଉଣୀ appeared first on Odisha Reporter.
from Odisha Reporter https://ift.tt/3lIownq
No comments:
Post a Comment