୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ଚାଳକ ଚମ୍ପଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଲମତାପୁଟ (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରୁ ଜୟପୁର ଆସୁଥିବା ଏକ ନମ୍ବର ବିହୀନ ଗାଡ଼ିରୁ ୭୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ହେଲେ ଅନ୍ଧକାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଛି। ଚୋରା ଚାଲାଣ ହେଉଥିବା ଗଞ୍ଜେଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ ଜବତ କରିଛି।

ଶନିବାର ରାତିରେ ମାଛକୁଣ୍ଡ ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ୱର ବିହୀନ ପିକ୍‌ଅପ୍‌ ଭ୍ୟାନ୍‌ ଦେଖିଥିଲା। ଉକ୍ତ ଗାଡ଼ି ଗଞ୍ଜେଇ ଚାରା ଚାଲାଣ ହେଉଥିବା ସନ୍ଦେହ କରି ପୁଲିସ ପିଛା କରିଥିଲା। ମାଛକୁଣ୍ଡଠାରୁ ପ୍ରାୟ ୫ କିଲୋମିଟର ଦୂର ଘଡାବେଡା ବ୍ରିଜ ନିକଟରେ ପୁଲିସ ଉକ୍ତ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଥିଲା। ପୁଲିସ ଉକ୍ତ ଗାଡ଼ିରୁ ଗଞ୍ଜେଇ ଜବତ କରିଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

 

The post ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ଚାଳକ ଚମ୍ପଟ appeared first on Odisha Reporter.



from Odisha Reporter https://ift.tt/347UgN3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages