ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କୋଲକାତା: ବଲିଉଡର ଲୋକପ୍ରିୟ ପ୍ଲେ ବ୍ୟାକ୍‌ ସିଙ୍ଗର କୁମାର ସାନୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଜଣାପଡ଼ିଛି। ତାଙ୍କ ପୁଅ ଜାନ ବିଗବସ୍‌ ୧୪ର ପ୍ରତିଯୋଗୀ ରହିଛନ୍ତି। ଏହି କାରଣରୁ ବେଶ କିଛି ଦିନ ହେଲା କୁମାର ସାନୁ ଚର୍ଚ୍ଚାରେ ରହିଥିଲେ।

କୁମାର ସାନୁଙ୍କୁ କରୋନା ହୋଇଥିବା ତାଙ୍କ ଟିମ୍‌ ଫେସବୁକରେ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ “ଦୁର୍ଭାଗ୍ୟବଶତଃ ସାନୁଦାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ ଟିମ୍‌ କେଏସ୍‌।”

ଅକ୍ଟୋବର ୧୪ରେ କୁମାର ସାନୁ ଲସ ଆଞ୍ଜେଲ ଯିବାର ଥିଲା। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ଝିଅ ରହୁଛନ୍ତି। ହେଲେ କରୋନା ଯୋଗୁ ବର୍ତ୍ତମାନ ଏହି ଯୋଜନାକୁ ସ୍ଥଗିତ କରାଯାଇଛି। କୁମାର ସାନୁ କରୋନାରେ ଆକ୍ରାନ୍ତ ହେବା ପରେ ବିଏମସି ତାଙ୍କ ବାସଭବନକୁ ସିଲ କରି ସାନିଟାଇଜ କରିଛି। ଏଥିସହ କୁମାର ସାନୁଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି।

The post ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3lSLngo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages