ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପର ହେବାର ଆଶଙ୍କା ଦେଖା ଦେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଜି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛି।
ଦୁଇ ଦିନ ତଳେ ପାଣିପାଗ ବିଭାଗ ରାଜ୍ୟରୁ ମୌସୁମୀ ଫେରିଯିବା ନେଇ ସୂଚନା ଦେଇଥିଲା। ଏପରିକି ୨୮ ତାରିଖ ପରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା। କିନ୍ତୁ ଏବେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଦେଇଥିବାରୁ ରାଜ୍ୟବାସୀ ପୁଣି ଚିନ୍ତାରେ ପଡ଼ିଯାଇଛନ୍ତି।
The post ୨୯ରେ ଆଉ ଏକ ଲଘୁଚାପ! appeared first on Odisha Reporter.
from Odisha Reporter https://ift.tt/2TluSgn
No comments:
Post a Comment