ପାନ ଦୋକାନୀଙ୍କ ପୁଅଙ୍କ ସଫଳତା, ଆଇନଷ୍ଟାଇନଙ୍କ ଭଳି ବୈଜ୍ଞାନିକ ହେବାକୁ ଲକ୍ଷ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 24, 2020

ପାନ ଦୋକାନୀଙ୍କ ପୁଅଙ୍କ ସଫଳତା, ଆଇନଷ୍ଟାଇନଙ୍କ ଭଳି ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

ଚୌଦ୍ୱାର (ପ୍ରକାଶ କୁମାର ନୟକ): ଅଧ୍ୟବସାୟ ସାଙ୍ଗକୁ ଦୃଢ଼ ଇକ୍ତାଶକ୍ତି ଥିଲେ ସବୁ ସମ୍ଭବ। ଆଉ ସଂକଳ୍ପ ରଖିଲେ ମଣିଷ ସବୁ କିଛି କରିପାରେ। ଅଭାବ ଅନାଟନ ହାର ମାନି ସଫଳତା ଦେଇଥାଏ। ଆଉ ଏକଥାକୁ ପ୍ରମାଣ କରିଛନ୍ତି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶଙ୍କରପୁର ଗ୍ରାମର ସୁବାଶିଷ। ଆଇଜର୍ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ବାପା-ମାଆଙ୍କ ପାଇଁ ଗୌରବ ଆଣିଛନ୍ତି ସୁବାଶିଷ।

ନିଜ ଘରେ ପାଠ ପଢ଼ି ଏହି ସଫଳତା ହାସଲ କରିଛନ୍ତି। ସୁବାଶିଷଙ୍କ ବାପା ପରମାନନ୍ଦ ବେହେରା ପାନ ଦୋକାନ କରି ପରିବାର ଚଳାନ୍ତି। ପରିବାରର ଆର୍ଥିକ ସ୍ଥିତି ତାଙ୍କ ସଫଳତାରେ କୌଣସି ବାଧକ ସାଜିନାହିଁ। ଏକ ଛୋଟିଆ ପାନ ଦୋକାନ କରି ପରିବାର ଚଳାଉଥିବା ବେଳେ ପୁଅ କିନ୍ତୁ ପାଠ ପଢି ବାପାଙ୍କ ସମ୍ମାନ ରଖିପାରିଛନ୍ତି।

ସୁବାଶିଷଙ୍କ ବାପା ପରମାନନ୍ଦଙ୍କ ପାନ ଦୋକାନରୁ ଯାହା କିଛି ରୋଜଗାର ହୁଏ ସେଥିରେ ପରିବାରର ୪ ପ୍ରାଣୀ ଚଳି ଯାଆନ୍ତି। ପରମାନନ୍ଦଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଗୋଟେ ପୁଅ ଆଉ ଗାଟେ ଝିଅ। ପୁଅ ସୁବାଶିଷ ୨୦୧୮ ମସିହାରେ ଆଗ୍ରାହାଟସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରୁ ମାଟ୍ରିକ ପରିକ୍ଷାରେ ୯୦ପ୍ରତିଶତ ମାର୍କ ରଖି ପାସ କରିଥିଲେ। ତାପରେ କଟକ ରେଭେନ୍ସା କଲେଜରେ ଅଧ୍ୟୟନ କଲେ।

ମେଧାବୀ ଛାତ୍ର ଭାବରେ ସେ ଶିକ୍ଷକ ମାନଙ୍କ ପ୍ରିୟ ହୋଇପାରିଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଭଲ କୋଚିଂ ସେଣ୍ଟରରେ ପଢିପାରିନଥିଲେ। କିନ୍ତୁ ବୈଜ୍ଞାନିକ ହେବାର ନିଶା ତାଙ୍କ ମନରୁ କେବେବି ଦୂରେଇ ଯାଇ ପାରିନଥିଲା। ସେ ଆଇନ୍ ଷ୍ଟାଇନଙ୍କ ଭଳି ଜଣେ ଭଲ ବୈଜ୍ଞାନିକ ହେବାକୁ ଆଶା ରଖିଛନ୍ତି। ସେ ଏହି ସଫଳତାର ଶ୍ରେୟ ତାଙ୍କ ବାପା ମା ଓ ଶିକ୍ଷକ ମାନଙ୍କୁ ଦେଇଛନ୍ତି।

ପୁଅର ସଫଳତାରେ ବାପା ମା ବହୁତ ଖୁସି। ଆଉ ଏହି ସଫଳତା ସେ ନିଜ ପରିଶ୍ରମରେ ପାଇଛି। ଆର୍ଥିକ ଅବସ୍ଥା ଖରାପ ଥିବାରୁ ଭଲ କୋଚିଂ ସେଣ୍ଟରରେ ପଢିପାରିନଥିଲେ ହେଁ ମା-ବାପାଙ୍କ ଗାଇର୍ଡ ତାକୁ ସଫଳତା ଆଣିଦେଇଛି। ଶେଷରେ ପୁଅର ବୈଜ୍ଞାନିକ ହେବାର ସ୍ୱପ୍ନ ସତ ହେବାକୁ ଯାଇଛି। ପୁଅ ଏବେ ତିରୁପତିଠାରେ ଥିବା ଆଇଜରରେ ଅଧ୍ୟୟନ କରିବ। ଯାହା କେବଳ ଭଗବାନଙ୍କ ଆଶ୍ରୀବାଦରୁ ହିଁ ସମ୍ଭବ ହୋଇପାରିଛି। ସେଥିଲାଗି ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

The post ପାନ ଦୋକାନୀଙ୍କ ପୁଅଙ୍କ ସଫଳତା, ଆଇନଷ୍ଟାଇନଙ୍କ ଭଳି ବୈଜ୍ଞାନିକ ହେବାକୁ ଲକ୍ଷ୍ୟ appeared first on Odisha Reporter.



from Odisha Reporter https://ift.tt/31GJhbM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages