୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ଦିଲୀପଙ୍କୁ ମିଳିଲା ଜାମିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ଦିଲୀପଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲ୍‌ ସ୍କାମ୍‌ରେ ଦଣ୍ଡିତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ୍‌। ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ମିଳିଛି। ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ମିଳିଛି ଜାମିନ।

୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦିଲୀପ ଓ ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ସ୍ୱତନ୍ତ୍ର କୋର୍ଟ। ଦିଲୀପଙ୍କୁ ୩ ବର୍ଷ ଜେଲ୍‌ ସହ ୧୦ ଲକ୍ଷ ଜୋରିମାନା କରିଥିଲେ କୋର୍ଟ। ଏଥିସହ ଅନ୍ୟ ୨ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଓ ୧୦ ଲକ୍ଷ ଲେଖାଏଁ ଜୋରିମାନା ହୋଇଥିଲା। ସେହିପରି ଏହି ମାମଲାରେ CTLକୁ ୬୦ ଲକ୍ଷ ଓ CMLକୁ ୧୦ ଲକ୍ଷ ଟଙ୍କା ଜୋରିମାନା କରିଥିଲେ କୋର୍ଟ।

ତତ୍କାଳୀନ ଏନଡିଏ ସରକାରରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସେତେବେଳେ ଏନଡିଏର ଅଂଶୀଦାର ଥିଲା। ଦିଲୀପ ବିଜେଡିରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରୁଥିଲେ।

The post ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ଦିଲୀପଙ୍କୁ ମିଳିଲା ଜାମିନ୍‌ appeared first on Odisha Reporter.



from Odisha Reporter https://ift.tt/35w70wk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages