ଲଣ୍ଡନ: କରୋନା ମହାମାରୀ ଭିତରେ ବେରୋଜଗାର ବଢ଼ିଛି। ସରକାରୀ ହେଉ କି ଘରୋଇ ଚାକିରି ପାଇଁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଘରୋଇ ସହାୟକ/ସହାୟିକା ପାଇଁ ଚାକିରି ବାହାରିଛି। ଏଥିପାଇଁ ଅଫିସିଆଲ୍ ଓ୍ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାର୍ଷିକ ଦରମା ୧୮.୫ ଲକ୍ଷ ଟଙ୍କା ରହିଥିବା ସୂଚନା ରହିଛି। କେହି ବି ଏହି ଚାକିରି ପାଇଁ ଆବେଦନ କରିପାରିବେ।
ବ୍ରିଟିଶର ରାଜବଂଶ ବା ରୟାଲ ପରିବାର ଏହି ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯିଏ ଏହି ଚାକିରି ପାଇଁ ଯୋଗ୍ୟ ହେବେ କାମରେ ଯୋଗ ଦେବା ପୂର୍ବରୁ ୧୩ ମାସ ପାଇଁ ତାଲିମ ଗ୍ରହଣ କରିବେ। ବ୍ରିଟିଶର ୱିଣ୍ଡସର ଦୁର୍ଗ ଯୋଗ୍ୟ ପ୍ରାର୍ଥୀଙ୍କ କର୍ମସ୍ଥଳୀ ରହିଛି। ସପ୍ତାହରେ ପାଞ୍ଚ ଦିନ କାମ କରିବାକୁ ହେବ ବୋଲି ଜଣା ପଡ଼ିଛି।
ଅଫିସିଆଲ୍ ଓ୍ୱେବସାଇଟରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀ ପରିବାର ସହିତ ରହିପାରିବେ। ପ୍ରାର୍ଥୀଙ୍କ ଖାଇବା ଏବଂ ଯାତ୍ରା ଖର୍ଚ୍ଚ ମଧ୍ୟ ବ୍ରିଟିଶ ପରିବାର ଯୋଗାଇବେ ବୋଲି ଜଣାପଡ଼ିଛି।
ଯୋଗ୍ୟ ପ୍ରାର୍ଥୀ ବର୍ଷକ ବାକିଙ୍ଗହୋମ୍ ସହିତ ବିଭିନ୍ନ ରାଜକୀୟ ପ୍ୟାଲେସରେ କାମ କରିବେ। ସାପ୍ତାହିକ ଛୁଟି ବ୍ୟତୀତ, ଚାକିରିରେ ୩୩ ଦିନ ଛୁଟି ରହିଛି।
ଆବେଦନକାରୀମାନେ ଇଂରାଜୀ ଏବଂ ଗଣିତରେ ଗ୍ରାଜୁଏସନ କରିଥିବା ଦରକାର। ଯଦିଓ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ଏହି ଡିଗ୍ରୀ ନଥିବ ତାହେଲେ ରାଜକୀୟ କାର୍ଯ୍ୟକ୍ରମ ଅନୁଯାୟୀ ସେମାନଙ୍କୁ ପାଠ ପଢ଼ାଯିବ ବୋଲି ଜଣାପଡ଼ିଛି।
ଆବେଦନକାରୀ ଏହି ଲିଙ୍କରେ କ୍ଲିକ୍ କରି ଚାକିରି ପାଇଁ ଆବେଦନ କରିପାରିବେ।
The post ଘରୋଇ ସହାୟକ ଚାକିରି ପାଇଁ ଅଫର, ବାର୍ଷିକ ଦରମା ୧୮.୫ ଲକ୍ଷ appeared first on Odisha Reporter.
from Odisha Reporter https://ift.tt/2JdvrY1
No comments:
Post a Comment